Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ଚୋରି ଉଦ୍ଧାର ମୋବାଇଲ ହସ୍ତାନ୍ତର ମେଳା: ଜିଲ୍ଲା ପୁଲିସର ଅଭିନବ ପ୍ରୟାସ

ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଆୟୋଜିତ ମେଳାରେ ୧୦୧ ଟି ଉଦ୍ଧାର ମୋବାଇଲ ହସ୍ତାନ୍ତର; ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ରଙ୍କ ପ୍ରଶଂସା

by Bureauom
November 3, 2025
in ଝାରସୁଗୁଡା
A A
ଚୋରି ଉଦ୍ଧାର ମୋବାଇଲ ହସ୍ତାନ୍ତର ମେଳା

ଝାରସୁଗୁଡ଼ା(ବିଜୟ ଶଙ୍କର ଦାଶ) : ଜିଲ୍ଲା ପୁଲିସ୍ ପ୍ରଶାସନ ପକ୍ଷରୁ ଚୋରି ଉଦ୍ଧାର ମୋବାଇଲ ହସ୍ତାନ୍ତର ମେଳା ଅନୁଷ୍ଠିତ ହୋଇଛି l ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ Gundala Reddy Raghavendra ଯୋଗଦେଇ ୧୦୧ ଟି ଉଦ୍ଧାର ମୋବାଇଲ ହସ୍ତାନ୍ତର କରିବା ସହ ଜିଲ୍ଲା ପୁଲିସ୍ ଅଧିକାରୀଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ l ଦିନକୁ ଦିନ ମୋବାଇଲ ଚୋରି ଘଟଣା ବୃଦ୍ଧି ପାଉଥୁବା ବେଳେ ଏଥିରେ ଅଙ୍କୁଶ ଲଗାଇବା ସହ ଚୋରି ମୋବାଇଲ ଗୁଡ଼ିକୁ ଉଦ୍ଧାର କରିବାକୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ର l

ଚୋରି ଉଦ୍ଧାର ମୋବାଇଲ ହସ୍ତାନ୍ତର ମେଳା

ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚୋରି ହୋଇଥିବା ମାମଲା ଗୁଡ଼ିକର ଲିଷ୍ଟ ପ୍ରସ୍ତୁତ କରିବା ସହ ସମସ୍ତ ମୋବାଇଲ ଗୁଡ଼ିକୁ ଉଦ୍ଧାର କରିବା ପାଇଁ ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ର ବରିଷ୍ଟ ପୁଲିସ୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ପରେ ୧୦୧ ଟି ମୋବାଇଲ ଉଦ୍ଧାର ହୋଇଥିଲା l ଉଦ୍ଧାର ହୋଇଥିବା କେତେକ ମୋବାଇଲ ଗୁଡ଼ିକୁ ଆଜି ମୋବାଇଲ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି l ହେଲେ କେତେକ ମୋବାଇଲ ମାଲିକ କୌଣସି କାରଣ ବଶତଃ ଆଜି ଆସିନ ଥିବା ବେଳେ ଆଗାମୀ ଦିନରେ ସମସ୍ତ ମୋବାଇଲ ଗୁଡ଼ିକୁ ହସ୍ତାନ୍ତର କରିବାର ବ୍ୟବସ୍ଥା କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ର କହିଥିଲେ l

ଅନେକ ସମୟରେ କାଗଜପତ୍ର ଜାଲିଆତି କରି ଅନ୍ୟ ଲୋକ ସିମ କାର୍ଡ ବ୍ୟବହାର କରୁଥିବା ବେଳେ କୌଣସି ଅପରାଧ ଘଟିଲେ ଯାହାଙ୍କ ନାମରେ ସିମ କାର୍ଡ ଥାଏ ତାଙ୍କୁ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ l ଏହି ସମସ୍ୟାରୁ ନିଜକୁ ସୁରକ୍ଷିତ ଅବା ମୁକୁଳିବା ପାଇଁ ସଂଚାର ସାଥି ଆପରେ ଯାଞ୍ଚ କରି ଆବଶ୍ୟକ ସ୍ଥଳେ ସିମ କାର୍ଡକୁ ବନ୍ଦ କରାଯାଇ ପାରିବ l ସେହିପରି ମୋବାଇଲ ହଜିଗଲେ ଅବା ଚୋରି ହେଲେ ପ୍ରଥମେ ନିକଟସ୍ଥ ଥାନାରେ ଲିଖିତ ଅଭିଯୋଗ ଓ ପରେ CEIR portal (https://ceir.gov.in) କୁ ଯାଇ ହଜିଯାଇଥିବା ମୋବାଇଲକୁ କେମିତି ଲକ କରିବେ ସେନେଇ ଜିଲ୍ଲାବାସୀଙ୍କ ଉଦ୍ଧେଶ୍ୟରେ ପରାମର୍ଶ ଦେଇଥିଲେ ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ର l କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମଧୁସିକ୍ତା ମିଶ୍ର ଓ ଜେମ୍ସ ସମାଦ, ଝାରସୁଗୁଡ଼ା ଏସଡିପିଓ ଉମା ଶଙ୍କର ସିଂ ଓ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନ, ବିଭିନ୍ନ ଥାନାର ଅଧିକାରୀ ଙ୍କ ସହ ବହୁ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ l

Bureauom

Bureauom

Next Post
ବେଦାନ୍ତର ପିଛା ଛାଡୁନାହିଁ ଜନ ଅସନ୍ତୋଷ

ବେଦାନ୍ତର ପିଛା ଛାଡୁନାହିଁ ଜନ ଅସନ୍ତୋଷ "ଆନ୍ଦୋଳନ ଚେତାବନୀ ଦେଲେ ଭୁର୍କାମୁଣ୍ଡା ଗ୍ରାମବାସୀ"

ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ଲାଭାଂଶ ପ୍ରଦାନ

ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୩.୪ କୋଟି ଲାଭାଂଶ ପ୍ରଦାନ

ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ହସ୍ତତନ୍ତ ଓ ହସ୍ତଶିଳ୍ପ ସଚେତନତା ଶିବିର

ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ହସ୍ତତନ୍ତ ଓ ହସ୍ତଶିଳ୍ପ ସଚେତନତା ଶିବିର ଅନୁଷ୍ଠିତ

ପରିବହନ ବିଭାଗ ର ବେପୁରିଆ ନୀତି

ପରିବହନ ବିଭାଗ ର ବେପୁରିଆ ନୀତି, ଡ୍ରାଇଭିଂ ଲାଇସେନ୍ସ ଥାଇ ମଧ୍ୟ କଟୁଛି ଚାଲାଣ

କେବେ କାର୍ଯ୍ୟକ୍ଷମ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ?

କେବେ କାର୍ଯ୍ୟକ୍ଷମ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ? ବଢୁଛି ଜନ ଅସନ୍ତୋଷ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved