ତାଳଚେର(ବିଜୟ କୁମାର ଦେବତା): ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଯୋଗୁଁ ଜିଲ୍ଳା ଉନ୍ନୟନ କାର୍ଯ୍ୟ ବାଟବଣା ହେଉଛି । କେତେକ ସରକାରୀ ଅଧିକାରୀଙ୍କ ସ୍ୱେଚ୍ଛାଚାରିତ ବଢ଼ି ଚାଲିଥିବା ବେଳେ ନେତା ଓ ଜନପ୍ରତିନିଧି ନିରବଦ୍ରଷ୍ଟା ସାଜିଛନ୍ତି । ଶାସକଦଳର ନେତାମାନେ ନିଜ ନିଜ ସୁବିଧାରେ ରହୁଥିବା ବେଳେ ବିରୋଧିଦଳର କୌଣସି ଭୂମିକା ରହୁନି । ଲୋକଙ୍କ ପ୍ରତିବାଦର ସ୍ୱର ଉଠୁନଥିବାରୁ ରାଜନେତା ଓ ଅଧିକାରୀ ଏହାର ସୁଯୋଗ ନେଉଛନ୍ତି । ବିଭିନ୍ନ ସମସ୍ୟା ସହ ଯୁଝୁଥିବା ବେଳେ କ୍ଷମତାଶୀଳ ରାଜନେତା ବ୍ୟକ୍ତିଙ୍କ ସମସ୍ୟା ଠାରୁ ଦୂରେଇ ରହୁଛନ୍ତି । କେବଳ ନିର୍ବାଚନ ଆସିଲେ ରାଜନୈତିକ ଦଳଗୁଡ଼ିକ ତତ୍ପରତା ପ୍ରକାଶ କରିଥାଏ । ମିଛ ପ୍ରତିଶ୍ରୁତି ଦେବା ଓ ଲୋକଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ଭୋଟ୍ ହାତେଇବା ସେମାନଙ୍କର ମୁଖ୍ୟ କାର୍ଯ୍ୟ ହେଉଛି । ପଂଚାୟତ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଶାସକ ଦଳକୁ ଦୀର୍ଘ ବର୍ଷ ଧରି ସମର୍ଥନ ଦେଇ ଆସୁଛନ୍ତି । ଏହା ବଦଳରେ ଜିଲ୍ଲାରେ ଯେଉଁ ଅଗ୍ରଗତି ହେବା କଥା ତାହା ହୋଇପାରୁନି । କେବଳ ରାଜ୍ୟ ବ୍ୟାପି ହେଉନଥିବା ଗରୀବ କଲ୍ୟାଣ ଯୋଜନା ଏକମାତ୍ର । ଅନ୍ୟ ଜିଲ୍ଲାରେ ମେଡ଼ିକାଲ କଲେଜ ଖୋଲା ଯାଉଥିବା ବେଳେ ଏଠି ସମସ୍ତ ସୁବିଧା ଥାଇ ମଧ୍ୟ ତାହା ହୋଇପାରୁନି । ରାଜ୍ୟ ସରକାର ବିଭିନ୍ନ ଜିଲ୍ଳାରେ ଶିଳ୍ପପ୍ରତିଷ୍ଠାନ କରିବାକୁ ପୁଞ୍ଜି ନିବେଶକାରୀଙ୍କ ସହ ଚୁକ୍ତି କରୁଥିବା ବେଳେ ଲୋକଙ୍କ ସମସ୍ୟା ଦୂର ହେଉନି ।
ତାଳଚେର ବିଭିନ୍ନ ଖେଳକୁଦରେ ଖେଳାଳିମାନେ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ଖେଳ ପ୍ରଦର୍ଶନ କରି ତାଳଚେର ଓ ଜିଲ୍ଳା ପାଇଁ ଗୌରବ ଆଣିଦେଇଥିବା ବେଳେ ଅତ୍ୟାଧୁନିକ ଖେଳପଡ଼ିଆ ନଥିବାରୁ ଖେଳାଳିମାନେ ନଭର୍ସ ହୋଇପଡ଼ୁଛନ୍ତି । ତାଳଚେର ରାଜବାଟ୍ଟି ନକିଟସ୍ଥ ଏକ ବିସ୍ତିର୍ଣ୍ଣ ଖେଳପଡ଼ିଆ ଥିଲେ ମଧ୍ୟ ତାହାର ଏପର୍ଯ୍ୟନ୍ତ ରକ୍ଷଣାବେକ୍ଷଣା ଅଭାବରୁ ବିଭିନ୍ନ ଖେଳ ଉପଯୋଗୀ ହୋଇପାରୁନି ଏବଂ କ୍ରୀଡ଼ାବିତ୍ଙ୍କ ନିମନ୍ତେ ଏହାର ଅତ୍ୟାଧୁନିକ କରାଯାଇ ନାହିଁ । ସହରରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ରାସ୍ତା ପ୍ରଶସ୍ତିକରଣ ଏପର୍ଯ୍ୟନ୍ତ କରାଯାଇ ନାହିଁ । ଏପରି ମାଳମାଳ ସମସ୍ୟା ମଧ୍ୟରେ ପାନୀୟଜଳ ସମସ୍ୟା ବସ୍ ଓ ଟ୍ରେନ୍ ଯାତ୍ରୀଙ୍କ ସମସ୍ୟାର, ସହର ଡ଼୍ରେନେଜ୍ ବ୍ୟବସ୍ଥା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ଶିକ୍ଷାବ୍ୟବସ୍ଥା ଭଳି ସମସ୍ୟା ଲାଗି ରହିଛି । ରାଜନୈତିକ ଦଳର ମୁଖିଆମାନେ ପ୍ରାର୍ଥି ମନୋୟନ ସମୟରେ ଜନସମ୍ପର୍କ ସମୟରେ ଲୋକପିୟତାକୁ ଗୁରୁତ୍ୱନଦେଇ ପ୍ରତୀୟମାନ ହେଉଛି । ଫଳରେ ଜନସମ୍ପର୍କ ରଖୁଥିବା ବରିଷ୍ଠ କର୍ମୀମାନେ ଓ ନେତା ଦଳୀୟ ପାର୍ଥିରୁ ବଂଚିତ ହୋଇ ଆଗକୁ ବଢ଼ିପାରୁ ନାହାନ୍ତି । ରାଜନୀତି ପାଦ ଥାପୁଥିବା ସାଧାରଣ କର୍ମୀ ହତାଶ ହୋଇ ଜନସମସ୍ୟା ସମ୍ପର୍କରେ ଚିନ୍ତା କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ।
ଫଳରେ ଜିଲ୍ଳାରେ ଦୀର୍ଘବର୍ଷ ଧରି ଜନସମସ୍ୟାର ନିରାକରଣ ପାଇଁ ନେତୃତ୍ୱ ଅଭାବ ପରିଲକ୍ଷିତ ହେଉଛି । ଜିଲ୍ଳାର ପ୍ରମୁଖ ରାଜନୈତିକ ଦଳ ନେତୃତ୍ୱ, ସ୍ଥାନୀୟ ମୌଳିକ ସମସ୍ୟା ଠାରୁ ଦୂରେଇ ରହୁଥିବା ଲକ୍ଷ୍ୟ କରାଯାଇଛି । ଜିଲ୍ଳାର ବିଭିନ୍ନ ପ୍ରକଳ୍ପ ସରକାରୀ କଳର ଉଦାସୀନତା ଯୋଗୁଁ ଆରମ୍ଭ ହୋଇ ପାରୁନଥିବା ବେଳେ ଅନ୍ୟ କେତକ ଅଧାଗଢ଼ା ହୋଇ ରହିଛି । ସରକାର ବିଭିନ୍ନ ଯୋଜନାରେ କୋଟି କୋଟିଟଙ୍କା ଆସୁଥିବା, ଟଙ୍କା ଦ୍ୱାରା ସାଧାରଣ ଜନତା କିଭଳି ଭାବେ ଉପ୍ରକୃତ ହେଉଛନ୍ତି, ତାହାର ମଧ୍ୟ ପ୍ରତ୍ୟେକ୍ଷ ତଦାରଖ କରାଯାଉ ନାହିଁ । ସରକାରୀ ଅଧିକାରୀ ମାନେ ନିଜ ଇଚ୍ଛାରେ କାର୍ଯ୍ୟ କରି ଚାଲିଛନ୍ତି । ତେଣୁ ସମସ୍ୟାର ସୁଧାର ପାଇଁ ସାଧାରଣରେ ଦାବି ହୋଇଛି ।












