ବୌଦ୍ଧ(ସର୍ବେଶ୍ୱର କ୍ଷେତି): ବୌଦ୍ଧ ଜିଲ୍ଲା ଷ୍ଟାଡିୟମଠାରେ ଭାରତୀୟ ହକି ଖେଳର ଶତ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ ଯୋଗ ଦେଇଥିଲେ l ଏହି ଅବସରରେ ଅତିଥି ବୃନ୍ଦ ହକି ଖେଳ ଓ ଖେଳାଳିମାନଙ୍କୁ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଉତ୍ସାହିତ କରିଥିଲେ l କାର୍ଯ୍ୟକ୍ରମରେ କୋଚ ସୁମନ ବର୍ଲା, ମନୋଜ ଦଣ୍ଡସନା, ଆଇ.ଆର.ବି ବାଟଲିଆନ ପିଇଟି ରଂଜିତ ରାଉତ, ବ୍ରାହ୍ମଣୀପାଲି ହାଇସ୍କୁଲର ଅବସରପ୍ରାପ୍ତ ପିଇଟି ବନ୍ଦିତା ବିଶ୍ୱାଳ, ରାମଗଡ଼ ହାଇସ୍କୁଲର ଦଶରଥ ଭୋଇ, ବନ୍ଧାପଥର ହାଇସ୍କୁଲର କୃଷ୍ଣଚନ୍ଦ୍ର ସେଠୀ ଉପସ୍ଥିତ ରହି ସହଯୋଗ କରିଥିଲେ l
ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ ଓ ଚିକିତ୍ସା
ହରଭଙ୍ଗା,(ସର୍ବେଶ୍ୱର କ୍ଷେତି): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ଅଞ୍ଚଳ ହରଭଙ୍ଗା ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର)ର ବିକଳ ଚିତ୍ର ସାମ୍ନାକୁ...












