Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

କର୍ତ୍ତବ୍ୟ ଆଗରେ ମଉଳିନି ମମତା: ୫ମାସର ଶିଶୁ କନ୍ୟାକୁ କୋଳରେ ନେଇ ଟ୍ରାଫିକ ଡ୍ୟୁଟିରେ ମହିଳା ହୋମଗାର୍ଡ

by Bureauom
November 7, 2025
in ଜିଲ୍ଲା
A A
କର୍ତ୍ତବ୍ୟ ଆଗରେ ମଉଳିନି ମମତା

ରାଉରକେଲା: ମା, ମମତା, କର୍ତ୍ତବ୍ୟ । ଦୁଇ ଜଣଙ୍କ ସାଙ୍ଗରେ ନେଇ ଯାଉଛନ୍ତି ଜଣେ ମାଆ । ମମତା ଆଗରେ ହାର ମାନିନି କର୍ତ୍ତବ୍ୟ କିମ୍ବା କର୍ତ୍ତବ୍ୟ ପାଇଁ ମମତାକୁ ଅଣଦେଖା କରିନାହାନ୍ତି ସେହି ମାଆ ଜଣକ । ଏମିତି ଜଣେ ମାଆ ହେଉଛନ୍ତି ରାଉରକେଲାର ମହିଳା ହୋମଗାର୍ଡ ଆଶା ତିଗ୍ଗା । ବୃତ୍ତିରେ ଜଣେ ମହିଳା ହୋମଗାର୍ଡ । ଡହଡହ ଖରାରେ ଯେତେବେଳେ ପଥଚାରୀଟିଏ ହୁଅନ୍ତୁ ବା ବାଇକ ଚାଳକ ଟ୍ରାଫିକ ପୋଷ୍ଟରେ ସ୍ବଳ୍ପ ସମୟ ରହଣି ଭିତରେ ଛାଇ ଟିକେ ଖୋଜୁଥିଲା ବେଳେ ଘଣ୍ଟାଘଣ୍ଟା ନୁହେଁ ତ ଦିନଦିନ ଧରି ଟ୍ରାଫିକ ପୋଷ୍ଟରେ କର୍ତ୍ତବ୍ୟ କରୁଛନ୍ତି ଆଶା ।

ଆଶାଙ୍କ ସଂଘର୍ଷର କାହାଣୀ କଥା କହିଲେ ଯେ କେହି ତାଙ୍କୁ ପ୍ରଶଂସା ନ କରି ରହିପାରିବନି । ଦୁଇ ଝିଅ ଓ ସ୍ବାମୀଙ୍କୁ ନେଇ ଆଶାଙ୍କ ସଂସାର । ସ୍ବାମୀ ବୃତ୍ତିରେ ଡ୍ରାଇଭର । କିଛି ଦିନ ତଳେ ଦୁର୍ଘଟଣାରେ ଆହତ ହେଲା ପରେ ଏବେ ସେ ଶଯ୍ୟାଶାୟୀ । ଶାଶୁ, ଶ୍ବଶୂର ବି ନାହାନ୍ତି । ଘରେ ବଡ଼ ଝିଅ ଓ ସ୍ବାମୀ । ସାନ ଝିଅକୁ ମାତ୍ର ୫ମାସ । ଏଭଳି ସ୍ଥିତିରେ ଆଶାଙ୍କୁ ଭାରି ପଡ଼ିଛି ସଂସାର ବୋଝ । ଘର ଚଳାଇବାକୁ ୫ମାସର ଝିଅକୁ ନେଇ ଡ୍ୟୁଟି କରୁଛନ୍ତି ଆଶା ।

ପୋଲିସର ପୋଷାକ ପିନ୍ଧି, ଗୃହରକ୍ଷୀର ଡ୍ୟୁଟି କରୁଛନ୍ତି ମହିଳା ଆଉ କୋଳରେ ୫ମାସର ଛୁଆକୁ କାଖେଇ ମାଆର ଦାୟିତ୍ୱ । ରାଉରକେଲା ବିଟ ହାଉସରେ ଗୃହରକ୍ଷୀ ଡ୍ୟୁଟି ଆଉ କାନ୍ଧର ଝୁଲା ବ୍ୟାଗ୍‌ ଭିତରେ ୫ମାସର ଝିଅ । ରାଉରକେଲା ଗୃହରକ୍ଷୀ ବାହିନୀରେ ହୋମଗାର୍ଡ ଚାକିରି କରୁଥିବା ଆଶା ତିଗ୍ଗାଙ୍କ କର୍ତ୍ତବ୍ୟନିଷ୍ଠା ଆଜି ସାଜିଛି ଉଦାହରଣ । ପିଲାଟିକୁ ସମ୍ଭାଳିବାକୁ ପରିବାରରେ କେହି ନାହାନ୍ତି । ସ୍ୱାମୀ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଶଯ୍ୟାଶାୟୀ । ତେଣୁ ଉପାୟଶୂନ୍ୟ ହୋଇ ୫ ମାସର ଛୁଆକୁ କୋଳରେ ଧରି ଆଶା ଓହ୍ଲାଇ ଆସନ୍ତି ଡ୍ୟୁଟିକୁ । ଛେଣ୍ଡ ଥାନା ଅଧୀନରେ ଥିବା ସ୍ପେସ୍ ଛକରେ ଡ୍ୟୁଟି କରୁଛନ୍ତି ଆଶା । ପିଲାକୁ କୋଳରେ ଧରି ଟ୍ରାଫିକ ଡ୍ୟୁଟି ସୁରୁଖୁରୁରେ କରୁଥିବା ଆଶାଙ୍କୁ ସମସ୍ତଙ୍କ ପ୍ରଶଂସା । ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ଏମିତି କୋଳରେ ଛୁଆକୁ ଧରି ଡ୍ୟୁଟି କରୁଛନ୍ତି । ଆଶାଙ୍କ କାମ ଓ ମମତାକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଜିଲ୍ଲା ପୋଲିସ ପକ୍ଷରୁ ଆଶାଙ୍କ ଏଭଳି କାର୍ଯ୍ୟକୁ ସ୍ୱାଗତ କରାଯାଇଛି, ଉଦାହରଣ ସାଜିଛନ୍ତି ଆଶା ।

Bureauom

Bureauom

Next Post
ବିଜେଡ଼ି ଜନସମ୍ପର୍କ ପଦଯାତ୍ରା

ବିଜେଡ଼ି ଜନସମ୍ପର୍କ ପଦଯାତ୍ରା: ବିଜେପି କୁ ଟାର୍ଗେଟ କଲେ ବିଜେଡ଼ି ଜିଲ୍ଲା ଉପସଭାପତି ପ୍ରଦୀପ୍ତ ସାହୁ

ଏମସିଏଲ ର ବଳଭଦ୍ର ଖୋଲାମୁହଁ କୋଇଲା ଖଣି ପାଇଁ ଜନ ଶୁଣାଣି ଅନୁଷ୍ଠିତ

ଏମସିଏଲ ର ବଳଭଦ୍ର ଖୋଲାମୁହଁ କୋଇଲା ଖଣି ପାଇଁ ଜନ ଶୁଣାଣି ଅନୁଷ୍ଠିତ

ପୁଲିସ ପଞ୍ଜାରେ ଡକାୟତି ଗ୍ୟାଙ୍ଗ

ପୁଲିସ ପଞ୍ଜାରେ ଡକାୟତି ଗ୍ୟାଙ୍ଗ: ୧୦ଲକ୍ଷରୁ ଉର୍ଦ୍ଧ୍ୱ ସୁନାଗହଣା ଜବତ ୬ଗିରଫ

ଭାରୀଯାନ ଚଳାଚଳ ଓ ପ୍ରଦୂଷଣକୁ ବିରୋଧ

ଭାରୀଯାନ ଚଳାଚଳ ଓ ପ୍ରଦୂଷଣକୁ ବିରୋଧ "ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ"

ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ କେବେ?

ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ କେବେ? ବଢୁଛି କ୍ରୀଡ଼ାବିତଙ୍କ ଅସନ୍ତୋଷ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved