Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ବସୁଧା ଯୋଜନା ବାଟବଣା: ସୁରୁଣ୍ଡି ଗ୍ରାମରେ ଓଭର ହେଡ଼ ଟାଙ୍କି କାର୍ଯ୍ୟକ୍ଷମ କେବେ?

by Bureauom
November 13, 2025
in ଜିଲ୍ଲା, ବୌଦ୍ଧ
A A
ବସୁଧା ଯୋଜନା ବାଟବଣା

ହରଭଙ୍ଗା (ସର୍ବେଶ୍ୱର କ୍ଷେତି): ହରଭଙ୍ଗା ବ୍ଲକ ଅନ୍ତର୍ଗତ ସୁରୁଣ୍ଡି ଗ୍ରାମରେ ରାଜ୍ୟ ସରକାରଙ୍କ ବସୁଧା ଯୋଜନା ବାଟବଣା ହୋଇଥିବା ଖବର ସାମ୍ନାକୁ ଆସିଛି l ରାଜ୍ୟ ସରକାର କେବଳ ବିଜ୍ଞାପନ ମାଧ୍ୟମରେ ବସୁଧା ଯୋଜନାର ବହୁଳ ପ୍ରଚାରପ୍ରସାର କରି କୋଟିକୋଟି ଟଙ୍କାର ରାଜସ୍ବ ଖର୍ଚ୍ଚ କରୁଥିବା ବେଳେ ବାସ୍ତବରେ ବସୁଧା ଯୋଜନାର ସୁଫଳ ଜନସାଧାରଣଙ୍କ ପାଖରେ ଅପହଞ୍ଚ ହୋଇପଡିଛି l ଗାଁର ଏକମାତ୍ର ବ୍ୟବହାର ଉପଯୋଗୀ ଗଭୀର କୂଅ ଭରସାରେ ଗ୍ରାମବାସୀ ଜଳ ଯନ୍ତ୍ରଣା ଭୋଗୁଛନ୍ତି l ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉପରେ ସୁରୁଣ୍ଡି ଏବଂ ସମ୍ବଲପୁର ଗ୍ରାମର ପ୍ରାୟ ୨୦୦୦ ସାଧାରଣ ଜନତା ନିର୍ଭରଶୀଳ ଥିବାବେଳେ ଆଜି ପର୍ଯ୍ୟନ୍ତ ସମ୍ବଲପୁର ଗ୍ରାମର ଜନସାଧାରଣଙ୍କ ପାଇଁ ପାନୀୟ ଜଳ ସାତସପନ ହୋଇପଡିଛି l ଅନ୍ୟପଟେ ଦୂଷିତ ପାନୀୟ ଜଳ ପ୍ରଭାବରେ କିଡ଼ନୀ ରୋଗ ଗ୍ରାମବାସୀଙ୍କୁ ଦାଉ ସାଧୁଛି l ବର୍ତ୍ତମାନ ସୁଦ୍ଧା ଗ୍ରାମର ପ୍ରାୟ ୧୦ ଜଣ ଲୋକ କିଡ଼ନୀ ରୋଗରେ ମୃତ୍ୟୁବରଣ କରିସାରିଥିବା ବେଳେ ଏବେ ମଧ୍ୟ ୧୫ ରୁ ୨୦ ଜଣ ଲୋକ ଦୁରାରୋଗ୍ୟ କିଡ଼ନୀ ରୋଗ ସହ ସଂଘର୍ଷ କରୁଛନ୍ତି l

ଏନେଇ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନଙ୍କୁ ମୋବାଇଲ ଯୋଗେ ଯୋଗାଯୋଗ କରିବାରୁ ବିରକ୍ତି ପ୍ରକାଶ କରିବା ସହ ମୁଁ ଫୋନ ଉଠାଇବାକୁ ବାଧ୍ୟ କି ବୋଲି ପ୍ରଶ୍ନ କରି ଯୋଗାଯୋଗ ବିଛିନ୍ନ କରିଥିଲେ? ତେବେ ଜଣେ ସରକାରୀ ଅଧିକାରୀ ଙ୍କ ଏପରି ବ୍ୟବହାର ସମସ୍ତଙ୍କୁ ଚକିତ କରିଛି । ଉକ୍ତ ଅଞ୍ଚଳ ରେ କୌଣସି ସମସ୍ଯା ହେଲେ ତାର ସମାଧାନ କରିବା ଜିଲ୍ଲା ପ୍ରଶାସନ ର କର୍ତବ୍ୟ ହେଲେ ଏପରି ବିରକ୍ତି ପ୍ରକାଶ କରିବା ଉଚିତ ନୁହଁ ବୋଲି ସାଧାରଣ ରେ ଚର୍ଚା ଜୋର ଧରିଛି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦେବା ସହ ପାଇପ ଲାଇନର ମରାମତି କାର୍ଯ୍ୟ ଯୁଦ୍ଧକାଳୀନଭିତ୍ତିରେ ଶେଷ କରିବା ପାଇଁ ଗ୍ରାମର ଯୁବ ସମାଜସେବୀ ଶିବାଜୀ ବାରିକ ପ୍ରଶାସନ ନିକଟରେ ଦାବି କରିଛନ୍ତି l

Bureauom

Bureauom

Next Post
କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏବେ ବ୍ରାହ୍ମଣୀରେ

କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏବେ ବ୍ରାହ୍ମଣୀରେ, ତାଳଚେରର ମାଟି, ପାଣି, ପବନ ପ୍ରଦ୍ୟୁଷିତ ଲାଗୁନି ଅଙ୍କୁଶ

ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା

ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା

ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା

ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ

ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ ଓ ଚିକିତ୍ସା

ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ୮ ବର୍ଷ ଜେଲ ଦଣ୍ଡାଦେଶ

ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ୮ ବର୍ଷ ଜେଲ ଦଣ୍ଡାଦେଶ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved