Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ଏମସିଏଲ ର ବଳଭଦ୍ର ଖୋଲାମୁହଁ କୋଇଲା ଖଣି ପାଇଁ ଜନ ଶୁଣାଣି ଅନୁଷ୍ଠିତ

by Bureauom
November 7, 2025
in ଜିଲ୍ଲା, ତାଳଚେର
A A
ଏମସିଏଲ ର ବଳଭଦ୍ର ଖୋଲାମୁହଁ କୋଇଲା ଖଣି ପାଇଁ ଜନ ଶୁଣାଣି ଅନୁଷ୍ଠିତ

ତାଳଚେର(ବିଜୟ କୁମାର ଦେବତା): ମେସର୍ଶ ମହାନଦୀ କୋଇଲା ଖଣି ତାଳଚେର ର ବଳଭଦ୍ର ଖୋଲାମୁହଁ କୋଇଲା ଖଣି ପାଇଁ ପରିବେଶ ସମ୍ବନ୍ଧୀୟ ଜନ ଶୁଣାଣି ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଛି। ଅନୁଗୋଳ ଏଡିଏମ୍ ପ୍ରତାପ ପ୍ରୀତି ମୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନ ଶୁଣାଣି ଶିବିରରେ ତାଳଚେର ତହସିଲ ଅନ୍ତର୍ଗତ କୁମୁଣ୍ଡା, ଚିତଲପୁର୍, ମରଡହରିହରପୁର, ପାରବେଡା ଏବଂ ବନବାସିପୁର୍ ଗ୍ରାମ କୁ ଅଧିଗ୍ରହଣ ହେବାକୁ ଥିବା ବେଳେ ସମସ୍ତ ଗ୍ରାମ ର ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିଥିଲେ। ବିଶେଷ କରି ନିଯୁକ୍ତି ଥଇଥାନ ଏବଂ ପରିବେଶ ପ୍ରଦୂଷଣ ସହିତ ବୃକ୍ଷ ରୋପଣ ଉପରେ ନିଜର ମତାମତ ରଖିଥିଲେ। କୋଇଲା ଖଣି ପାଇଁ ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୫୧୪.୪୮ ହେକ୍ଟର ଜମି ପାଇଁ ପରିବେଶ ମଞ୍ଜୁରୀ ଅନୁମୋଦନ ପାଇଁ ଜନଶୁଣାଣୀ କରାଯାଇଥିଲା ବେଳେ ୨୦୨୯-୩୦ ଆର୍ଥିକ ବର୍ଷ ସୁଦ୍ଧା ବାର୍ଷିକ ୧୦ ମିଲିୟନ ଟନ୍ କୋଇଲା ଉତ୍ପାଦନ କରାଯିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି।

ଏହି ପରିବେଶ ଶୁଣାଣି ବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ରମେଶ ଚନ୍ଦ୍ର ଏକ୍କା ଓ ବଳଭଦ୍ର ଏରିଆ ଜିଏମ୍ ୟୁରେନ୍ ପଟ୍ଟନାୟକଙ୍କ ସମେତ ସରପଞ୍ଚ, ୱାର୍ଡ ମେମ୍ବର, ଗ୍ରାମ ସଭାପତି, ସମ୍ପାଦକ ଓ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ପକ୍ଷରୁ ୬ଶହ ପ୍ରତିନିଧି ଯୋଗ ଦେଇ ଜନ ଶୁଣାଣିରେ ଭାଗ ନେଇଥିଲେ।

Bureauom

Bureauom

Next Post
ପୁଲିସ ପଞ୍ଜାରେ ଡକାୟତି ଗ୍ୟାଙ୍ଗ

ପୁଲିସ ପଞ୍ଜାରେ ଡକାୟତି ଗ୍ୟାଙ୍ଗ: ୧୦ଲକ୍ଷରୁ ଉର୍ଦ୍ଧ୍ୱ ସୁନାଗହଣା ଜବତ ୬ଗିରଫ

ଭାରୀଯାନ ଚଳାଚଳ ଓ ପ୍ରଦୂଷଣକୁ ବିରୋଧ

ଭାରୀଯାନ ଚଳାଚଳ ଓ ପ୍ରଦୂଷଣକୁ ବିରୋଧ "ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ"

ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ କେବେ?

ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ କେବେ? ବଢୁଛି କ୍ରୀଡ଼ାବିତଙ୍କ ଅସନ୍ତୋଷ

ଆସୁଛି ପର୍ଯ୍ୟଟନ ଋତୁ

ଆସୁଛି ପର୍ଯ୍ୟଟନ ଋତୁ, "ଭିତ୍ତିଭୂମି ଥାଇ 'ଅବହେଳିତ ବୌଦ୍ଧ"

ଟ୍ରାଫିକ ନିୟମ ଉଲଙ୍ଘନକାରୀ ଗାଡ଼ି ଚାଳକଙ୍କୁ ଛଡ଼ା ଯିବ ନାହିଁ

ଟ୍ରାଫିକ ନିୟମ ଉଲଙ୍ଘନକାରୀ ଗାଡ଼ି ଚାଳକଙ୍କୁ ଛଡ଼ା ଯିବ ନାହିଁ : ଆରକ୍ଷୀ ଅଧିକ୍ଷକ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved