ଝାରସୁଗୁଡ଼ା (ବିଜୟ ଶଙ୍କର ଦାଶ) : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉନ୍ନୟନ ମୂଳକ ବିଭିନ୍ନ ଯୋଜନା ଗୁଡ଼ିକୁ ନେଇ ଲଇକେରା ବ୍ଳକ ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି l ବୈଠକରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ଉନ୍ନୟନ ମୂଳକ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିବା ସହ ଲଇକେରା ବ୍ଲକର ସମସ୍ୟା ତଥା ଉନ୍ନତି ପାଇଁ ନିଜ ନିଜର ମତାମତ ରଖିବା ପାଇଁ ଉପସ୍ଥିତ ବରିଷ୍ଠ ନାଗରିକଙ୍କୁ ଅନୁରୋଧ କରିଥିଲେ l ଲୋକଙ୍କ ମତାମତ ଓ ପରାମର୍ଶ ଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବିଧାୟକ ତ୍ରିପାଠୀ l ବୈଠକରେ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକଙ୍କୁ ବିଧାୟକ ତ୍ରିପାଠୀ ସମ୍ବର୍ଦ୍ଧିତ କରିବା ସହ ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମ କରିବାର ଆବଶ୍ୟକତା ଅଛି ବୋଲି ବିଧାୟକ ତ୍ରିପାଠୀ ମତ ରଖିଥିଲେ l ଅନୁଷ୍ଠିତ ବୈଠକରେ ବହୁ ବରିଷ୍ଠ ନାଗରିକଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ l





