ତାଳଚେର(ବିଜୟ କୁମାର ଦେବତା): ତାଳଚେର ସହରରେ କ୍ରମଶଃ ଗୋରୁଗାଈ ସଂଖ୍ୟା ଲୋପପାଇ ଆସୁଥିବା ବେଳେ ଯେଉଁ ପରିମାଣରେ ବର୍ତମାନ ଗୋରୁଗାଈ ରହିଛନ୍ତି ସେମାନେ ଏବେ ଖାଇବାକୁ ନପାଇ ରାସ୍ତାବାଟ ଘାଟରେ ବୁଲି ପାଶ୍ୱର୍ରେ ପଡ଼ି ରହିଥିବା ଜରି, ଖଲି, ଚଉପତି ଇତ୍ୟାଦି ଖାଇ ମୃତ୍ୟୁ ମୁଖରେ ପଡ଼ୁଥିବା ଅଭିଯୋଗ ହେଉଛି । ଦୋକାନୀମାନେ ସେମାନେଙ୍କ ଅବ୍ୟ ବ୍ୟବହୃତ ଜରି ଓ ଆବର୍ଜନା ବାହେରେ ଫପାଡ଼ି ଦେଉଥିବାରୁ ଗୋରୁଗାଈମାନେ ଖାଦ୍ୟ ଅନ୍ୱେଷଣରେ ପେଟର ଜ୍ୱାଳା ସମ୍ଭାଳି ନପାରି ସେଗୁଡ଼ିକୁ ଖାଇ କେତେକ ଜୀବନ ହାରୁଥିବା ବେଳେ ଆଉ କେତେକ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି । ପୌରପରିଷଦ ପକ୍ଷରୁ ଦୋକାନି ଗୁଡିକୁ ପଲିଥିନ ନପକାଇବାକୁ ତାଗିଦ୍ କରୁଥିଲେ ମଧ୍ୟ ଅମାନିଆ ଦୋକାନୀମାନେ ଏଗୁଡ଼ିକୁ ରାସ୍ତା କଡ଼ରେ ପକାଇ ଦେଉଥିବାରୁ ଏହି ଅବସ୍ଥା ସୃଷ୍ଟି ହେଉଛି । ତେଣୁ ତୁରନ୍ତ ପୌରପରିଷଦ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଆହୁରି ମଧ୍ୟ ଗୋରୁ ଗାଈ ଗୁଡ଼ିକ ରାସ୍ତାରେ ଶୋଇ ରହୁଥିବାରୁ ଯାନବାହାନ ଚଳାଚଳରେ ଦୁର୍ଘଟଣାର ଶୀକାର ହୋଇ ମୃତ୍ୟୁମୁଖରେ ପଡ଼ୁଥିବା ଦୁଃଖଦ ଘଟଣା ପିଛା ଛାଡ଼ୁନାହିଁ । ତେଣୁ ଏହି ଅଘଟଣରୁ ଗୋରୁ ଗାଈଙ୍କୁ କିପରି ସୁରକ୍ଷା ଦିଆଯିବ ସେଥିନେଇ ପ୍ରଶାସନ ଓ ଗୋ ମାତା ମାଲିକ ଏଥିପ୍ରତି ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି।
ତାଳଚେର ସାର କାରଖାନା ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ସମ୍ପୂର୍ଣ ହେବ।
ତାଳଚେର(ବିଜୟ କୁମାର ଦେବତା) : ତାଳଚେର ଠାରେ ରାଷ୍ଟ୍ରୀୟ ସଂସ୍ଥା କୋଲ ଇଣ୍ଡିଆ ଲିଃ, ଗେଲ ଇଣ୍ଡିଆ ଲିଃ, ରାଷ୍ଟ୍ରୀୟ କେମିକାଲ ଏଣ୍ଡ ଫାର୍ଟିଲାଇଜର ତଥା ଏଫ...













