ତାଳଚେର (ବିଜୟ କୁମାର ଦେବତା): ତାଳଚେର ବ୍ଲକ ଅନ୍ତର୍ଗତ ଡ଼ଅଁରା ଗ୍ରାମର ବିଦ୍ୟୁତଲତା ସାହୁ ତାଙ୍କ ସ୍ୱାମୀ ବସନ୍ତ ସାହୁ ସେ ଅ।ଜକୁ ୩ବର୍ଷ ହେବ ପରଲୋକ ହୋଇଯିବାପରେ ତାଙ୍କର ଗୋଟିଏ ପୁଅ ଓ ଝିଅକୁ ନେଇ ତାଳଚେର ବଲଣ୍ଡା ଜଗନ୍ନାଥ କ୍ୱାର୍ଟରରେ ରହୁଛନ୍ତି । ତାଙ୍କ ସ୍ୱାମୀ ଥିବା ବେଳେ ତାଙ୍କ କିଛି ସମ୍ପର୍କିୟ ପ୍ରରୋଚନାରେ ତାଙ୍କ କ୍ୱାର୍ଟର ତଳେ ରହୁଥିବା ଜୈନିକ କର୍ମଚାରୀଙ୍କ ୩ପୁଅ ସେମାନଙ୍କୁ ବିଭିନ୍ନ ସମୟରେ ହଇରାଣ ହରକତ କରିବା ସହ ଧମକ ଚମକ ଦେଉଛନ୍ତି ଓ ତାଙ୍କ ସମ୍ପତି ଉପରେ ଲୋଭ ରଖି ଏପରି କାର୍ଯ୍ୟ କରୁଥିବା ସେ ଜାଣିବାକୁ ପାଇଛନ୍ତି ବୋଲି ମହିଳା କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ସେ ଏ ସମ୍ପର୍କରେ ସେ ବଲଣ୍ଡା ଫାଣ୍ଡି ଏବଂ କୋଲିୟରୀ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଉଭୟ ପକ୍ଷକୁ ଡକାଇ କୌଣସି କଥାର ବୁଝାମଣା ନକରି କୋର୍ଟକୁ କେସ୍ ପଠାଇ ଦେଇଥିଲେ ବୋଲି ବଲଣ୍ଡା ଫାଣ୍ଡି ଅଧିକାରୀ ତାଙ୍କୁ ଏହା ପ୍ରକାଶ କରିଥିଲେ ।
ମହିଳାଙ୍କ କହିବା ମୂତାବକ ଭିନ୍ନ ଭିନ୍ନ ସମୟରେ କ୍ୱାର୍ଟର ଭିତରକୁ ପଶି ଧମକଚମକ ଦେଉଥିବାରୁ ଭୟର ବାତାବରଣ ଭିତରେ ଚଳୁଛନ୍ତି । ଯଦି ଆଗାମୀ ଦିନରେ କିଛି ଅସୁବିଧା ହୁଏ ତେବେ ପୋଲିସ୍ ପ୍ରଶାସନ ଦାୟୀ ରହିବ ବୋଲି ମହିଳା ଜଣଙ୍କ କହିବା ସହ ସ୍ଥାନୀୟ ପ୍ରସାଶନ ସୁରକ୍ଷା ଦେବାନେଇ ଏବଂ ଗଣମଧ୍ୟମ ସମ୍ମୁଖରେ ସେ ଏହା ପ୍ରକାଶ କରିଛନ୍ତି ।













