Orissa Mirror Odia
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia
BREAKING
✦ତାଳଚେର ସାର କାରଖାନା ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ସମ୍ପୂର୍ଣ ହେବ।✦ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ୮ ବର୍ଷ ଜେଲ ଦଣ୍ଡାଦେଶ✦ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ ଓ ଚିକିତ୍ସା✦ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା✦ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା✦କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏବେ ବ୍ରାହ୍ମଣୀରେ, ତାଳଚେରର ମାଟି, ପାଣି, ପବନ ପ୍ରଦ୍ୟୁଷିତ ଲାଗୁନି ଅଙ୍କୁଶ✦ବସୁଧା ଯୋଜନା ବାଟବଣା: ସୁରୁଣ୍ଡି ଗ୍ରାମରେ ଓଭର ହେଡ଼ ଟାଙ୍କି କାର୍ଯ୍ୟକ୍ଷମ କେବେ?✦ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାନେଇ ପ୍ରଶାସନକୁ ନିବେଦନ✦ତାଳଚେରରେ ଗୋରୁ ଗାଈ କେତେ ସୁରକ୍ଷିତ!✦ବିଗତ ଘଟଣାର ପୁନରାବୃତ୍ତି ନହେଉ “ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ”✦ବିଦ୍ୟାଳୟରେ ସ୍ଥାୟୀ ଶ୍ରେଣୀ ଗୃହ ନିର୍ମାଣ କେବେ? ଶିକ୍ଷକ ପଦବୀ ପୂରଣ ଦାବି✦ବରିଷ୍ଠ ନାଗରିକଙ୍କ ସହ ବିଧାୟକଙ୍କ ବୈଠକ✦ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ,ଆରକ୍ଷୀ ଅଧିକ୍ଷକ ଅନୁପସ୍ଥିତ✦ତାଳଚେର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ✦ଭୂବନେଶ୍ୱରୀ ମାଇନ୍ସରେ ଓଲଟିଲା ଡ଼ିଜେଲ ଟ୍ୟାଙ୍କର, ଅଳ୍ପକେ ବର୍ତିଲେ ଚାଳକ✦ବିପଦ ସଙ୍କୁଳ ତେଲେନ ନଦୀ ବ୍ରିଜ,ଭୟଭୀତ ଗ୍ରାମବାସୀ✦ଟ୍ରାଫିକ ନିୟମ ଉଲଙ୍ଘନକାରୀ ଗାଡ଼ି ଚାଳକଙ୍କୁ ଛଡ଼ା ଯିବ ନାହିଁ : ଆରକ୍ଷୀ ଅଧିକ୍ଷକ✦ଆସୁଛି ପର୍ଯ୍ୟଟନ ଋତୁ, “ଭିତ୍ତିଭୂମି ଥାଇ ‘ଅବହେଳିତ ବୌଦ୍ଧ”✦ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ କେବେ? ବଢୁଛି କ୍ରୀଡ଼ାବିତଙ୍କ ଅସନ୍ତୋଷ✦ଭାରୀଯାନ ଚଳାଚଳ ଓ ପ୍ରଦୂଷଣକୁ ବିରୋଧ “ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ”

ତାଳଚେର ସାର କାରଖାନା ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ସମ୍ପୂର୍ଣ ହେବ।

by Bureauom
November 18, 2025
in ଜିଲ୍ଲା, ତାଳଚେର
A A
ତାଳଚେର ସାର କାରଖାନା ନିର୍ମାଣ
0
SHARES
Share on FacebookShare on Twitter

ତାଳଚେର(ବିଜୟ କୁମାର ଦେବତା) : ତାଳଚେର ଠାରେ ରାଷ୍ଟ୍ରୀୟ ସଂସ୍ଥା କୋଲ ଇଣ୍ଡିଆ ଲିଃ, ଗେଲ ଇଣ୍ଡିଆ ଲିଃ, ରାଷ୍ଟ୍ରୀୟ କେମିକାଲ ଏଣ୍ଡ ଫାର୍ଟିଲାଇଜର ତଥା ଏଫ ସି ଆଇଏଲ ସହଯୋଗରେ ଗଠିତ ଯୌଥ ଉଦ୍ଯୋଗ ତାଳଚେର ଫର୍ଟିଲାଇଜର ଲିମିଟେଡ ନାମରେ ଏକ ସରକାରୀ କାରଖାନାର ନିର୍ମାଣ କରୁଛି । ଏଠାରେ ମିଳୁଥିବା ସ୍ଥାନୀୟ କୋଇଲାକୁ ଉପଯୋଗ କରି କୋଇଲା ବାଷ୍ପିକରଣ ପଦ୍ଧତିରେ ୟୁରିଆ ସାର ଉତ୍ପାଦନ କରାଯିବ ଯାହାର ବାର୍ଷିକ କ୍ଷମତା ୧.୨୨ ମିଲିୟନ ଟନ । ସମଗ୍ର ଦେଶରେ ଏହା ପ୍ରଥମ କୋଇଲା ବାଷ୍ପିକରଣ ପଦ୍ଧତିର କାରଖାନା ଯାହା ଅତ୍ୟାଧୁନିକ ଜ୍ଞାନ କୌଶଳକୁ ବ୍ୟବହାର କରି ଅଂଚଳରେ ମିଳୁଥିବା ସ୍ଥାନୀୟ କୋଇଲାର ଉପଯୋଗ କରିବ । ନୀତିଗତ ଦୃଷ୍ଟିରୁ ଏହି ପ୍ରକଳ୍ପର ଏକ ଜାତୀୟ ଗୁରୁତ୍ଵ ରହିଛି ଯାହା ସରକାରଙ୍କ ଘରୋଇ ସାର ଉତ୍ପାଦନରେ ଆତ୍ମନିର୍ଭର ହେବା ଲକ୍ଷ୍ୟକୁ ପୂରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲେଇବ ।

ଦେଶରେ ଉପଲବ୍ଧ ହେଉଥିବା କୋଇଲାକୁ ବିନିଯୋଗ କରି ଏହା ଶକ୍ତି ନିରପତ୍ତାକୁ ବଢାଇବା ସହିତ ବାହାରୁ ଆମଦାନୀ କରି ଅଣାଯାଉଥିବା ପ୍ରାକୃତିକ ଗ୍ଯାସ ପରିମାଣକୁ ମଧ୍ୟ ହ୍ରାସ କରିବ । ଯାହା ଫଳରେ ଏ ବାବଦକୁ ଖର୍ଚ୍ଚହେଉଥିବା ବିପୁଳ ପରିମାଣର ଆର୍ଥିକ ବୋଝକୁ ମଧ୍ୟ କମାଇବାରେ ଏହା ସହାୟତା କରିବ । ୨୦୩୦ ମସିହା ସୁଦ୍ଧା ୧୦୦ ମିଲିୟନ ଟନର କୋଇଲା କୁ ବାଷ୍ପିକରଣ କରାଯିବ ଯେଉଁ ମହତ୍ଵାକା॰କ୍ଷା ସରକାରଙ୍କର ରହିଛି ଏହି ପ୍ରକଳ୍ପର ସଫଳତା ସେ ଦିଗରେ ମଧ୍ୟ ଯଥେଷ୍ଟ ସହାୟକ ହେବ । ଏହା ଫଳରେ ସ୍ଥାନୀୟ ଅର୍ଥନୀତି ସୁଦୃଢ ହେବା ସହିତ ନିଯୁକ୍ତି କ୍ଷେତ୍ରରେ ଅପାର ସମ୍ଭାବନା ସୃଷ୍ଟି କରିବ ।

୧୨ ହଜାର ୨୫୦ କୋଟି ଟଙ୍କାର ଏକ ରାଜିନାମା ରେ ସ୍ଵାକ୍ଷର କରି ତାଳଚେର ଫର୍ଟିଲାଇଜର ଲିମିଟେଡ ଏହାର ବିତ୍ତୀୟ ସମାପନ ହାସଲ କରିସାରିଛି । ଏହି ରାଜିନାମା ସ୍ଵାକ୍ଷରିତ ହୋଇଥିଲା ଏଇ ୨୦୨୫ ମସିହାର ସେପ୍ଟେମ୍ବର ମାସ ୨୬ ତାରିଖରେ । ପରେ ପରେ ଯୌଥ ଉଦ୍ୟୋଗର ଅଂଶୀଦାର ଭାବରେ କୋଲ ଇଣ୍ଡିଆ ଲିଃ, ଗେଲ ଇଣ୍ଡିଆ ଲିଃ ଓ ଆର.ସି.ଏଫ ମଧ୍ୟ ରୁଣ ପ୍ରଦାନ କରୁଥିବା ସଂସ୍ଥା ଗୁଡିକର ପ୍ରମୁଖ ଅନୁଷ୍ଠାନ ଭାରତୀୟ ଷ୍ଟେଟ ବ୍ଯାଙ୍କର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ଚୁକ୍ତିପତ୍ରରେ ସ୍ଵାକ୍ଷର କରିଥିଲେ । ଏହା ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଥିଲା, ଅକ୍ଟୋବର ମାସର ୧୮ ତାରିଖରେ ଏହା ତାଳଚେର ଫର୍ଟିଲାଇଜର ଲିମିଟେଡ ପ୍ରକଳ୍ପର ସଂପୂର୍ଣ୍ଣ କରାଯିବା ପ୍ରତି ଅଂଶିଦାର ମାନଙ୍କର ପ୍ରତିବଦ୍ଧତାକୁ ହିଁ ଦର୍ଶାଉଛି ।

ପ୍ରକଳ୍ପ ର ଇତିମଧ୍ୟରେ ପାଖାପାଖି ଶତକଡା ୭୦ ଭାଗ ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଛି । ଅପସାଇଟ, ଜଳଯୋଗାଣ, ବିଦ୍ୟୁତ ସଂଯୋଗିକରଣ ତଥା ଅନାନ୍ୟ ଯୋଗାଯୋଗ ନିମନ୍ତେ ଉଦ୍ଧିଷ୍ଟ କାର୍ଯ୍ୟ ଗୁଡିକ ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ଏହାଛଡା ପ୍ରମୁଖ ଯନ୍ତ୍ରପାତି ଗୁଡିକର ସ୍ଥାପନ ମଧ୍ୟ ଦୁର୍ଗତିରେ ଆଗେଇ ଚାଲିଛି । ୟୁରିଆ ପ୍ରିଲିଙ୍ଗ ଟାୱାର, କୋଲ ଗ୍ୟାସିଫିକେସନ ଓ ବୟଲର ଚିମିନୀ ଗୁଡିକର ନିର୍ମାଣ ମଧ୍ୟ ଶେଷ ହୋଇ ସାରିଛି । ଗୁଣ୍ଡ କୋଇଲା ପ୍ରସ୍ତୁତି କରଣ ଓ ମୁଖ୍ୟ ୟୁରିଆ ପ୍ଲାଣ୍ଟର କାର୍ଯ୍ୟ ତାର ଅନ୍ତିମ ପର୍ଯ୍ଯାୟରେ ପହଞ୍ଚିଛି । ସବୁ ଗୁରୁତ୍ଵପୂର୍ଣ୍ଣ ଯନ୍ତ୍ରପାତି ଯାହା କୋଇଲା ଗ୍ୟାସିଫିକେସନ ସମେତ ଆମୋନିଆ ୟୁରିଆ ୟୁନିଟରେ ବ୍ୟବହୃତ ହେବ, ଏବଂ ସେଗୁଡିକ ପ୍ରକଳ୍ପ ପରିସର ଭିତରେ ପହଞ୍ଚି ସାରିଛି । ସର୍ବମୋଟ ତିନୋଟି ବଏଲର ମଧ୍ୟରୁ ଦୁଇଟିର ମେକାନିକାଲ ନିର୍ମାଣକୁ ଶେଷ କରାଯାଇଛି । ରେଳପଥ ବିଛାଇବା ସମେତ ଜଳ ଯୋଗାଣ ନିମନ୍ତେ ପାଇପ ଲାଇନ କାର୍ଯ୍ୟର ଅଗ୍ରଗତି ଦ୍ରୁତ ବେଗରେ ଆଗେଇ ଚାଲିଛି । ମୋଟାମୋଟି ଧାର୍ଯ୍ୟ ସମୟସୀମା ଭିତରେ ଏ ପ୍ରକଳ୍ପକୁ ସମାପନ କରିବାକୁ ଟି.ଏଫ.ଏଲ ସୁତ୍ରରୁ ପ୍ରକାଶ।

Bureauom

Bureauom

Orissa Mirror Odia is a leading digital news portal dedicated to bringing you the latest updates from Odisha and beyond. We aim to deliver fast, reliable, and balanced news coverage that keeps readers informed, engaged, and connected to the world around them.

Related Posts

ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ୮ ବର୍ଷ ଜେଲ ଦଣ୍ଡାଦେଶ

ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ୮ ବର୍ଷ ଜେଲ ଦଣ୍ଡାଦେଶ

ତାଳଚେର,(ବିଜୟ କୁମାର ଦେବତା): ଏକ ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ମାନ୍ୟବର ସହକାରୀ ଦେୱାନୀ ବିଚାରପତି ସ୍ୱର୍ଣଲତା ନାୟକ ସମସ୍ତ ସାକ୍ଷୀ ଓ ପ୍ରମାଣ ସହ...

ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ

ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ ଓ ଚିକିତ୍ସା

ହରଭଙ୍ଗା,(ସର୍ବେଶ୍ୱର କ୍ଷେତି): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ଅଞ୍ଚଳ ହରଭଙ୍ଗା ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର)ର ବିକଳ ଚିତ୍ର ସାମ୍ନାକୁ...

ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା

ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

ଝାରସୁଗୁଡ଼ା (ବିଜୟ ଶଙ୍କର ଦାଶ) : ଲଇକେରା ଅପେରା ପଡିଆରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଛି l ମତ୍ସ୍ୟ ଚାଷ ଏବଂ...

ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା

ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା

ତାଳଚେର(ବିଜୟ କୁମାର ଦେବତା) ଆଜି ତାଳଚେର ଉପଖଣ୍ଡରେ ପୋଲିସ ପକ୍ଷରୁ ଆୟୋଜିତ ସାଇବର ସୁରକ୍ଷା ଅଭିଯାନ ୨୦୨୫ର କାର୍ଯ୍ୟକ୍ରମ ସ୍ଥାନୀୟ ତାଳଚେର କଲେଜ ପଡ଼ିଆ ଠାରେ ଅନୁଷ୍ଠିତ...

କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏବେ ବ୍ରାହ୍ମଣୀରେ

କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏବେ ବ୍ରାହ୍ମଣୀରେ, ତାଳଚେରର ମାଟି, ପାଣି, ପବନ ପ୍ରଦ୍ୟୁଷିତ ଲାଗୁନି ଅଙ୍କୁଶ

ତାଳଚେର(ବିଜୟ କୁମାର ଦେବତା): ବିଗତ ବର୍ଷର ପ୍ରକୃତିଦତ ସୌନ୍ଦର୍ଯ୍ୟମୟ ତାଳଚେର ଆଜି କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ତାଳଚେର ସହରର ଏକମାତ୍ର ନିର୍ଭର ଯୋଗ୍ୟ ବୋହି ଯାଇଥିବା ଚିରୋଦ୍ରୋତା...

ବସୁଧା ଯୋଜନା ବାଟବଣା

ବସୁଧା ଯୋଜନା ବାଟବଣା: ସୁରୁଣ୍ଡି ଗ୍ରାମରେ ଓଭର ହେଡ଼ ଟାଙ୍କି କାର୍ଯ୍ୟକ୍ଷମ କେବେ?

ହରଭଙ୍ଗା (ସର୍ବେଶ୍ୱର କ୍ଷେତି): ହରଭଙ୍ଗା ବ୍ଲକ ଅନ୍ତର୍ଗତ ସୁରୁଣ୍ଡି ଗ୍ରାମରେ ରାଜ୍ୟ ସରକାରଙ୍କ ବସୁଧା ଯୋଜନା ବାଟବଣା ହୋଇଥିବା ଖବର ସାମ୍ନାକୁ ଆସିଛି l ରାଜ୍ୟ ସରକାର...

Load More

LATEST STORIES

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ?

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ? ଭାରତ ର ସ୍ଥାନ କେତେ ଜାଣନ୍ତି କି?

ନବାଜୁଦ୍ଦିନ ସିଦ୍ଦିକୀ ‘ରାତ୍ ଅକେଲି ହୈ ବନ୍ସଲ୍ ମର୍ଡର୍ସ’ ରେ ଜବରଦସ୍ତ ଅନ୍ଦାଜ

ଆଲିଆ ଭଟ୍ଟଙ୍କ ମୁଭିଜ ଆଲଫା ରିଲିଜ ତାରିଖ ଘୋଷଣା, ଏପ୍ରିଲ ୧୭ରେ ଆସୁଛି ବଡ଼ ଫିଲ୍ମ

ଡାର୍କ ଚକୋଲେଟ୍ ଓ ବେରି ଖାଇଲେ ସ୍ମରଣଶକ୍ତି ବଢ଼େ, ଷ୍ଟ୍ରେସ୍ କମେ: ଅଧ୍ୟୟନ

ହାନୋଇରେ ଡେଙ୍ଗୁ ଜ୍ୱର: ଭୟଙ୍କର ଭାବେ ବୃଦ୍ଧି, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ସତର୍କତା

ଥେନି ର ଅଙ୍ଗୁର ଚାଷୀଙ୍କ ଦୁର୍ଦଶା — ବର୍ଷା ଓ ଦାମ ହ୍ରାସ ପାଇଁ ଜୀବିକା ଏବେ ସଙ୍କଟ ରେ

ବିଜେଡ଼ି ଜନସମ୍ପର୍କ ପଦଯାତ୍ରା
ଜିଲ୍ଲା

ବିଜେଡ଼ି ଜନସମ୍ପର୍କ ପଦଯାତ୍ରା: ବିଜେପି କୁ ଟାର୍ଗେଟ କଲେ ବିଜେଡ଼ି ଜିଲ୍ଲା ଉପସଭାପତି ପ୍ରଦୀପ୍ତ ସାହୁ

ହରଭଙ୍ଗା/ବୌଦ୍ଧ(ସର୍ବେଶ୍ୱର କ୍ଷେତି): ହରଭଙ୍ଗା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଓ...

Read moreDetails
ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ?
ବାଣିଜ୍ୟ

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ? ଭାରତ ର ସ୍ଥାନ କେତେ ଜାଣନ୍ତି କି?

ବିଶ୍ବର ଦେଶଗୁଡ଼ିକ ଦିନକୁ ଦିନ ଅଧିକ ଋଣଗ୍ରସ୍ତ ହେବାରେ ଲାଗିଛି । ଅକ୍ଟୋବର ମାସ ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ...

Read moreDetails
ନବାଜୁଦ୍ଦିନ ସିଦ୍ଦିକୀ 'ରାତ୍ ଅକେଲି ହୈ ବନ୍ସଲ୍ ମର୍ଡର୍ସ'
ମନୋରଞ୍ଜନ

ନବାଜୁଦ୍ଦିନ ସିଦ୍ଦିକୀ ‘ରାତ୍ ଅକେଲି ହୈ ବନ୍ସଲ୍ ମର୍ଡର୍ସ’ ରେ ଜବରଦସ୍ତ ଅନ୍ଦାଜ

ମୁମ୍ବାଇ: ଅଭିନେତା ନବାଜୁଦ୍ଦିନ ସିଦ୍ଦିକୀ ତାଙ୍କ ଅତିଲୋକପ୍ରିୟ କ୍ରାଇମ୍ ଥ୍ରିଲର୍ ଫିଲ୍ମ **‘ରାତ୍ ଅକେଲି ହୈ’**ର ସିକ୍ୱେଲ୍ ‘ରାତ୍ ଅକେଲି ହୈ: ବନ୍ସଲ୍ ମର୍ଡର୍ସ’ ସହିତ ପୁଣି...

Read moreDetails
Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved