ଝାରସୁଗୁଡ଼ା(ବିଜୟ ଶଙ୍କର ଦାଶ): ଗତ କିଛି ଦିନ ହେଲା ଅପରାଧୀଙ୍କ ପାଇଁ ପୁଲିସ୍ କାଳ ସାଜିଛି l କେତେବେଳେ ବେଆଇନ ମଦ ବ୍ୟବସାୟୀଙ୍କୁ ଧରୁଥିବା ବେଳେ କେତେବେଳେ ସଟ୍ଟା ଆଡ୍ଡା ଉପରେ ଚଢ଼ଉ କରୁଛି l କେତେବେଳେ ବେଆଇନ ବନ୍ଧୁକ ଜବତ ସହ ଅଭିଯୁକ୍ତଙ୍କୁ ଗିରଫ କରୁଥିବା ବେଳେ କେତେବେଳେ ବ୍ରାଉନ ସୁଗର ଜବତ କରି ଅପରାଧୀଙ୍କ ନିଦ ହଜାଇ ଦେଇଛି ପୁଲିସ୍ l ଏହି କ୍ରମରେ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଳି ପୁଲିସ ଏକ ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିବା ସହିତ ସେଥିରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରିଛି l
ଗତକାଲି ରାତି ପ୍ରାୟ ଦୁଇଟା ସମୟରେ ରେଙ୍ଗାଲି ଥାନା କୁହାକୁଣ୍ଡା ମହିମା ଆଶ୍ରମ ନିକଟରେ କେତେକ ଯୁବକ ଡକାୟତି ପ୍ରସ୍ତୁତି କରୁଥିବା ପୁଲିସ୍ ସୂଚନା ପାଇଥିଲା l ସୂଚନା ଆଧାରରେ ଘଟଣା ସ୍ଥଳକୁ ଯାଇ ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ କାବୁ କରିଥିଲା l ସେମାନଙ୍କଠାରୁ ୫ ଟି ମୋବାଇଲ, ଗୋଟିଏ ଛୁରୀ, ଚାପଡ଼, ସ୍କୃ ଡ୍ରାଇଭର, ୬ଟି କାଟିବା ବ୍ଲେଡ଼, ଗୋଟିଏ ଟାଙ୍ଗିଆ ସହ ବୋଲେରୋ ଗାଡ଼ି ଜବତ କରିଥିଲା l ରେଙ୍ଗାଲି ମଚିଦା ଅଞ୍ଚଳର ଜନାର୍ଦ୍ଧନ ଭୋଇ (୪୪), ରେଙ୍ଗାଲି କନ୍ଦାଡିହି ଅଞ୍ଚଳର ସୁବୋଧ ରାଉତ(୫୧), ଅଶ୍ଵିନୀ ଖମାରୀ(୩୮), ବିଜୟ ଭୟାନର(୨୬) ଓ କୃଷ୍ଣ ଚନ୍ଦ୍ର ଭୋଇକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ୍ ସୂଚନା ଦେଇଛି l













