ହରଭଙ୍ଗା/ବୌଦ୍ଧ(ସର୍ବେଶ୍ୱର କ୍ଷେତି): କେରଳ ରାଜ୍ୟର ଭାଡ଼ କୁମୁରୀଠାରେ ଆତ୍ମହତ୍ୟା କରି ମୃତ୍ୟବରଣ କରିଥିବା ହରଭଙ୍ଗା ବ୍ଲକ ସମ୍ବଲପୁର ଗ୍ରାମର ପ୍ରବାସୀ ଶ୍ରମିକଙ୍କ ମୃତଦେହକୁ ପରିବାରକୁ ଜିଲ୍ଲା ପ୍ରଶାସନ ହସ୍ତାନ୍ତର କରିଛି l ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ଗ୍ରାମର ଅନିଲ ନାଏକ(୨୫) କେରଳ ରାଜ୍ୟ ଇଡ଼ୁକି ଜିଲ୍ଲାର ଏକ ପ୍ଲାଏ ଉଡ କମ୍ପାନୀରେ କାମ କରୁଥିବା ବେଳେ ଗତ ୨ ତାରିଖ ଦିନ ଆତ୍ମହତ୍ୟା କରିଥିଲେ | ତାଙ୍କ ମୃତଦେହକୁ ଘରକୁ ଆଣିବା ପାଇଁ ପରିବାର ପ୍ରଶାସନକୁ ଅନୁରୋଧ କରିଥିଲେ l ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବୁଧବାର ଦିନ କୋଚି ବିମାନ ବନ୍ଦରରୁ ଭୁବନେଶ୍ବର ବିମାନ ବନ୍ଦର ଯାଏଁ ଉଡ଼ାଜାହାଜରେ ଅଣାଯିବା ପରେ ସେଠାରୁ ମହାଯାତ୍ରା ରଥରେ ଗ୍ରାମକୁ ଆଣି ପରିବାରକୁ ହସ୍ତାନ୍ତର କରାଯାଇଥିଲା l ଏସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ କନ୍ୟା କୁମାରୀ ସାହୁ ସୂଚନା ଦେଇଛନ୍ତି l
ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ ଓ ଚିକିତ୍ସା
ହରଭଙ୍ଗା,(ସର୍ବେଶ୍ୱର କ୍ଷେତି): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ଅଞ୍ଚଳ ହରଭଙ୍ଗା ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର)ର ବିକଳ ଚିତ୍ର ସାମ୍ନାକୁ...












