ନୂଆଦିଲ୍ଲୀ: ଶ୍ରେୟସ ଆୟରଙ୍କ କୋଣସି ସର୍ଜରୀ ହୋଇନାହିଁ ଏବଂ ସେ ବିଗତ କିଛି ଦିନ ଧରି ଶୀଘ୍ର ସୁସ୍ଥ ହେଉଛନ୍ତି ବୋଲି ବିସିସିଆଇ ସଚିବ ଦେବଜିତ ସାଇକିଆ ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ରେ କ୍ୟାଚ୍ ନେବା ସମୟରେ ଶ୍ରେୟସଙ୍କ ପଞ୍ଜରାରେ ଗୁରୁତର ଆଘାତ ଲାଗିଥିଲା। ଘଟଣା ପରେ ତାଙ୍କୁ ତତ୍କ୍ଷଣାତ୍ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପ୍ରଥମେ ICUରେ ରଖାଯାଇଥିଲେ। ଏବେ ସେ ଆଇସିୟୁରୁ ବାହାରି ସ୍ଥିର ଅବସ୍ଥାରେ ଅଛନ୍ତି। ପ୍ରଥମେ ଯେପରି ଖବର ଆସିଥିଲା ଯେ ତାଙ୍କ ସର୍ଜରୀ ହୋଇଛି, ବିସିସିଆଇ ପକ୍ଷରୁ ସେଥିରେ ସ୍ପଷ୍ଟତା ଦିଆଯାଇଛି ଯେ ଏଭଳି କିଛି ହୋଇନଥିଲା।
ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ କେବେ? ବଢୁଛି କ୍ରୀଡ଼ାବିତଙ୍କ ଅସନ୍ତୋଷ
ବୌଦ୍ଧ (ସର୍ବେଶ୍ୱର କ୍ଷେତି): ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ଭିତ୍ତିଭୂମି ସୁଦୃଢ଼ କରୁଛନ୍ତି l ଯାହା ଫଳରେ ଭଲ ଖେଳାଳି ସୃଷ୍ଟି ହେବା ସହ କ୍ରୀଡ଼ା...









