ଅନୁଗୁଳ: ଓ ପି ଜିନ୍ଦଲ ସ୍କୁଲ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଓଡ଼ିଶା ସରକାର ଓ ଓଡ଼ିଶା ପୋଲିସର ମିଳିତ ଆନୁକୁଲ୍ୟରେ ଅନୁଗୁଳରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିଜିଟାଲ ସୁରକ୍ଷା, ଅନଲାଇନ ଠକେଇ ଓ ସାଇବର ଅପରାଧ ପ୍ରତି ସଚେତନତା ଜାଗୃତ କରିବା।
ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଶ୍ୱିନୀ କୁମାର ସାହୁ, ଅତିଥି ଭାବେ ଯୋଗ ଦେଇଥିବା ଅତିରିକ୍ତ ଏସ୍.ପି. ସୁଶ୍ରୀ ଉପାସନା ପାଢୀ, ଡି.ଏସ୍.ପି.( ଡିଆଇବି) ସୁଶ୍ରୀ ଜିଜ୍ଞାସା ବେହେରା ଏବଂ ଅନୁଗୁଳ ନିଶାସ୍ଥିତ ପୋଲିସ ଷ୍ଟେସନର ସମ୍ମାନିତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ । ।
ପ୍ରାରମ୍ଭରେ, ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ବାର୍ତ୍ତାକୁ ପ୍ରଦର୍ଶିତ କରାଯାଇଥିଲା । ଏହାପରେ ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ସୁରକ୍ଷାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ଉପରେ ସଚେତନ କରିଥିଲେ। ଏହି ଅଧିବେଶନରେ ହ୍ୟାକିଂ, ସିମ୍ ସ୍ୱାପିଂ, ଫିସିଂ ଏବଂ ଅନଲାଇନ୍ ପାଇରେସି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ଡକ୍ଟର ଅଶ୍ୱିନୀ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ସ୍କୁଲରେ ଏଭଳି ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ପୋଲିସ ବିଭାଗର ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ।








