ତାଳଚେର: ହାଣ୍ଡିଧୂଆ ଅଣ୍ଡରପାସ୍ ରାସ୍ତା ଦୁରବସ୍ଥା ନେଇ ଯୁବ ସମାଜସେବୀ ସୁଲେଖ ସେଠୀଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯାଳୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ହାଣ୍ଡିଧୂଆ ରେଲୱେ ଅଣ୍ଡରପାସ୍ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏହି ରାସ୍ତା ଦେଇ ପ୍ରତିଦିନ ପବିତ୍ର ମୋହନ ମେଡିକାଲ୍ କଲେଜ୍, କୋଇଲାଖଣି ଅଂଚଳ, ରେଳ ଷ୍ଟେସନ୍ ଏବଂ ଅନୁଗୁଳ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଯାଉଥିବା ସହସ୍ରାଧିକ ପଥଚାରୀ, ବସ୍, କାର୍, ମୋଟରସାଇକେଲ୍ ଓ ସାଇକେଲ୍ ଯାତାୟାତ କରିଥାନ୍ତି । ରାସ୍ତାଟି ଖାଲଖମଣ ଓ ଗର୍ତ ହୋଇଥିବାରୁ ବର୍ଷ ସାରା ପାଣି ଜମି ରହୁଛି, ଯାହା ଫଳରେ ଯାତାୟାତରେ ଘୋର ଅସୁବିଧା ହେଉଅଛି ଏବଂ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଅଛି ।
ଏହି ସମସ୍ୟା ବହୁ ପୁରୁଣା ହୋଇଥିଲେ ମଧ୍ୟ ବିଭିନ୍ନ ସଂଗଠନ ପକ୍ଷରୁ ଅନେକପଟେ ଅନୁରୋଧ ହୋଇଥିଲେ ମଧ୍ୟ ରେଲୱେ କର୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଯାହା ଫଳରେ ସାଧାରଣ ଲୋକଙ୍କ ଜୀବନ ଓ ଯାତାୟାତ ଅତୀଷ୍ଠ ହୋଇପଡିଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ଯଥାଶୀଘ୍ର ଏହି ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇ ଆନ୍ଦୋଳନ କରାଯିବ ।








