Orissa Mirror Odia
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia
BREAKING
✦ତାଳଚେର ସାର କାରଖାନା ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ସମ୍ପୂର୍ଣ ହେବ।✦ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ୮ ବର୍ଷ ଜେଲ ଦଣ୍ଡାଦେଶ✦ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ ଓ ଚିକିତ୍ସା✦ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା✦ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା✦କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏବେ ବ୍ରାହ୍ମଣୀରେ, ତାଳଚେରର ମାଟି, ପାଣି, ପବନ ପ୍ରଦ୍ୟୁଷିତ ଲାଗୁନି ଅଙ୍କୁଶ✦ବସୁଧା ଯୋଜନା ବାଟବଣା: ସୁରୁଣ୍ଡି ଗ୍ରାମରେ ଓଭର ହେଡ଼ ଟାଙ୍କି କାର୍ଯ୍ୟକ୍ଷମ କେବେ?✦ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାନେଇ ପ୍ରଶାସନକୁ ନିବେଦନ✦ତାଳଚେରରେ ଗୋରୁ ଗାଈ କେତେ ସୁରକ୍ଷିତ!✦ବିଗତ ଘଟଣାର ପୁନରାବୃତ୍ତି ନହେଉ “ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ”✦ବିଦ୍ୟାଳୟରେ ସ୍ଥାୟୀ ଶ୍ରେଣୀ ଗୃହ ନିର୍ମାଣ କେବେ? ଶିକ୍ଷକ ପଦବୀ ପୂରଣ ଦାବି✦ବରିଷ୍ଠ ନାଗରିକଙ୍କ ସହ ବିଧାୟକଙ୍କ ବୈଠକ✦ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ,ଆରକ୍ଷୀ ଅଧିକ୍ଷକ ଅନୁପସ୍ଥିତ✦ତାଳଚେର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ✦ଭୂବନେଶ୍ୱରୀ ମାଇନ୍ସରେ ଓଲଟିଲା ଡ଼ିଜେଲ ଟ୍ୟାଙ୍କର, ଅଳ୍ପକେ ବର୍ତିଲେ ଚାଳକ✦ବିପଦ ସଙ୍କୁଳ ତେଲେନ ନଦୀ ବ୍ରିଜ,ଭୟଭୀତ ଗ୍ରାମବାସୀ✦ଟ୍ରାଫିକ ନିୟମ ଉଲଙ୍ଘନକାରୀ ଗାଡ଼ି ଚାଳକଙ୍କୁ ଛଡ଼ା ଯିବ ନାହିଁ : ଆରକ୍ଷୀ ଅଧିକ୍ଷକ✦ଆସୁଛି ପର୍ଯ୍ୟଟନ ଋତୁ, “ଭିତ୍ତିଭୂମି ଥାଇ ‘ଅବହେଳିତ ବୌଦ୍ଧ”✦ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ କେବେ? ବଢୁଛି କ୍ରୀଡ଼ାବିତଙ୍କ ଅସନ୍ତୋଷ✦ଭାରୀଯାନ ଚଳାଚଳ ଓ ପ୍ରଦୂଷଣକୁ ବିରୋଧ “ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ”

ଟ୍ବେଣ୍ଟି-୨୦ ଟକ୍କର ଭାରତ ଅଷ୍ଟ୍ରେଲିଆ: କାନବେରାରେ ଆଜିଠୁ ଆରମ୍ଭ ହେବ ରୋମାଞ୍ଚକ ଶୃଙ୍ଖଳା

by Bureauom
October 29, 2025
in ଖେଳ
A A
ଟ୍ବେଣ୍ଟି-୨୦ ଟକ୍କର ଭାରତ ଅଷ୍ଟ୍ରେଲିଆ
0
SHARES
Share on FacebookShare on Twitter

ଏକଦିବସୀୟ ଶୃଙ୍ଖଳାରେ କଠିନ ଓ କଠୋର ପରିସ୍ଥିତି ସମ୍ମୁଖୀନ ହୋଇଥିବା ଭାରତୀୟ କ୍ରିକେଟ୍ ଦଳ ବୁଧବାରଠାରୁ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ଟକ୍କରରେ ଆଉ ଏକ ଅଷ୍ଟ୍ରେଲୀୟ ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ଯାଉଛି। କାନବେରାର ମାନୁକା ଓଭାଲରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାର ପ୍ରଥମ ମୁକାବିଲା ଅପରାହ୍‌ଣ ୧.୪୫ରୁ ଆରମ୍ଭ ହେବ।

ଏସିଆ କପ୍ ବିଜୟ ପରେ ସୂର୍ଯ୍ୟକୁମାର ଯାଦବଙ୍କ ଯୁବ ବାହିନୀ ଏହି ଶୃଙ୍ଖଳା ଲାଗି ମଧ୍ୟ ପୂରା ପ୍ରସ୍ତୁତ ରହିଛି। ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତି ଦିନିକିଆ ଶୃଙ୍ଖଳା ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଅଛି। ସୂର୍ଯ୍ୟକୁମାରଙ୍କ ବ୍ୟକ୍ତିଗତ ଫର୍ମ ତଳମୁହାଁ ରହିଥିଲେ ମଧ୍ୟ ଅଭିଷେକ ଶର୍ମା, ତିଳକ ବର୍ମା, ସଞ୍ଜୁ ସାମସନ, ଶିବମ ଦୁବେଙ୍କ ଭଳି ଖେଳାଳିଙ୍କ ପାଇଁ ଭାରତର ଆତ୍ମବିଶ୍ବାସ ଢେର୍‌ ଉଚ୍ଚରେ ରହିଛି। ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଭାରତକୁ ଅତିରିକ୍ତ ମନୋବଳ ଯୋଗାଇଛି। ଦିନିକିଆରେ ଦୁର୍ବଳ ଖେଳିଥିବା ଉପଅଧିନାୟକ ଶୁବମନ୍ ଗିଲ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଏହାର ଭରଣା କରିବାକୁ ଆଶା ରଖିଛନ୍ତି। ମାନୁକା ଓଭାଲ ପିଚ୍ କିନ୍ତୁ ନିଶ୍ଚିତ ଭାବେ ଭାରତୀୟ ଯୁବ ଖେଳାଳିଙ୍କୁ ପରୀକ୍ଷାରେ ପକାଇବ, ସେଥିରେ ଆଦୌ ସନ୍ଦେହ ନାହିଁ। ତେବେ ବିସ୍ଫୋରକ ଅଭିଷେକ ଏବଂ ନିର୍ଭରଯୋଗ୍ୟ ତିଳକଙ୍କ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିସାରିଥିବା କହି କଙ୍ଗାରୁ ଦଳ ସେମାନଙ୍କ ଉପରେ ମନସ୍ତାତ୍ତ୍ବିକ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଛି। ଅନ୍ୟପକ୍ଷରେ ଉଭୟଙ୍କ ପାଖରେ ଏହି ଶୃଙ୍ଖଳାରେ ‌୧,୦୦୦ ଟ୍ବେଣ୍ଟି-୨୦ ରନ୍ ପୂରଣ କରିବାର ସୁଯୋଗ ରହିବା ପ୍ରଶଂସକଙ୍କୁ ଉଲ୍ଲସିତ କରିଛି।

ଭାରତ ଓ ଶ୍ରୀଲଙ୍କାରେ ଆସନ୍ତାବର୍ଷ ଆୟୋଜିତ ହେଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ପ୍ରସ୍ତୁତି ଦୃଷ୍ଟିରୁ ଏହି ଶୃଙ୍ଖଳାର ଢେର ମହତ୍ତ୍ବ ରହିଥିବାରୁ ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ଏହାକୁ ଅତ୍ୟନ୍ତ ଗୁରୁତ୍ବ ଦେଉଛନ୍ତି। ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଏକନମ୍ବର ସ୍ଥାନରେ ଥିବା ଭାରତ ଏବଂ ଦୁଇ ନମ୍ବରରେ ଥିବା ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଏହି ଲମ୍ବା ଲଢ଼େଇକୁ ନେଇ ଦୁଇ ଦେଶର କ୍ରିକେଟ୍‌ପ୍ରେମୀ ବେଶ୍ ଉତ୍ସାହିତ ରହିଛନ୍ତି। ‘‘ମୁଁ ମାନସିକ ଓ ଶାରିରୀକ ସ୍ତରରେ ବେଶ୍ ସତେଜ ରହିଛି। ଏହି ଶୃଙ୍ଖଳାରେ ଫର୍ମକୁ ଫେରିବାର ଆଶା ଅଛି। ଆମ ପାଖରେ ବିକଳ୍ପର ଅଭାବ ନାହିଁ। ଏଣୁ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବୁ’’ ବୋଲି ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟକୁମାର କହିଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ସ ମଧ୍ୟ ନିଜ ଦଳର ବିଜୟ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ‘‘ଆଶା କରୁଛି ଆମେ ଅଭିଷେକ ରୂପକ ଚ୍ୟାଲେଞ୍ଜ୍‌କୁ ସଫଳତାର ସହ ପ୍ରତିହତ କରିବୁ। ଦିନିକିଆ ଭଳି ଟ୍ବେଣ୍ଟି-୨୦ରେ ମଧ୍ୟ ଭଲ କରିବୁ ବୋଲି କହିଛନ୍ତି ସେ। ଏସିଆ କପ୍‌ରେ ଅପରାଜେୟ ରହିଥିବା ଭାରତୀୟ ଦଳ ସେଠାରେ ସ୍ପିନ୍ ଉପରେ ଅଧିକ ଧ୍ୟାନ ଦେଇଥିଲା। ଅଷ୍ଟ୍ରେଲିଆ ପିଚ୍ ଓ ପରିବେଶ ଅନୁଯାୟୀ ଜଣେ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ଖେଳାଇବାର ସମ୍ଭାବନା ଅଧିକ ରହିଛି।

ବୁଧବାର କାନବେରା ପାଗ କୋହଲା ରହିବ। ଦିନରେ ଝିପିଝିପି ବର୍ଷା ହେବା ସମ୍ଭାବନା ଥିଲେ ମଧ୍ୟ ସଂଧ୍ୟାରେ ଶୁଖିଲା ପାଗ ଆଶା। ମାନୁକା ଓଭାଲରେ ବଡ଼ ସ୍କୋର୍ ହେଉ ନଥିବାରୁ ଏହା ଜାରି ରହିପାରେ। ଏଠାରେ ଭାରତ ପୂର୍ବରୁ ଗୋଟିଏ ମ୍ୟାଚ୍ ଜିତିଛି ଏବଂ ୨୦୦୮ ପରେ ଅଷ୍ଟ୍ରେଲିଆ କୋଣସି ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତକୁ ହରାଇନି — ଯାହା ଭାରତ ପାଇଁ ସୁଖବର ହୋଇପାରେ।

Bureauom

Bureauom

Orissa Mirror Odia is a leading digital news portal dedicated to bringing you the latest updates from Odisha and beyond. We aim to deliver fast, reliable, and balanced news coverage that keeps readers informed, engaged, and connected to the world around them.

Related Posts

ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ କେବେ?

ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ କେବେ? ବଢୁଛି କ୍ରୀଡ଼ାବିତଙ୍କ ଅସନ୍ତୋଷ

ବୌଦ୍ଧ (ସର୍ବେଶ୍ୱର କ୍ଷେତି): ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ଭିତ୍ତିଭୂମି ସୁଦୃଢ଼ କରୁଛନ୍ତି l ଯାହା ଫଳରେ ଭଲ ଖେଳାଳି ସୃଷ୍ଟି ହେବା ସହ କ୍ରୀଡ଼ା...

ହକି ଶତ ବାର୍ଷିକୀ ଉତ୍ସବ

ହକି ଶତ ବାର୍ଷିକୀ ଉତ୍ସବ: କାର୍ଯ୍ୟକ୍ରମ ରେ ଯୋଗଦେଲେ ଜିଲ୍ଲାପାଳ

ବୌଦ୍ଧ(ସର୍ବେଶ୍ୱର କ୍ଷେତି): ବୌଦ୍ଧ ଜିଲ୍ଲା ଷ୍ଟାଡିୟମଠାରେ ଭାରତୀୟ ହକି ଖେଳର ଶତ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ମୁଖ୍ୟ...

ଭାରତୀୟ ମହିଳା ଦଳ ର ବିଶ୍ୱକପ୍ ବିଜୟ

ଭାରତୀୟ ମହିଳା ଦଳ ର ବିଶ୍ୱକପ୍ ବିଜୟ: ଶାସ୍ତ୍ରୀ ଓ ଗିଲ୍ ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳ ର ବିଶ୍ୱକପ୍ ବିଜୟ ପରେ ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ଭାରତୀୟ ଟେଷ୍ଟ ଓ ଓଡିଆଇ ଅଧିନାୟକ ଶୁଭମାନ...

ଭାରତୀୟ ମହିଳା ବିଶ୍ୱକପ ବିଜୟ

ଭାରତୀୟ ମହିଳା ବିଶ୍ୱକପ ବିଜୟ ଗୀତ ରେ ଗର୍ଜିଲା ପୁରା ଦେଶ: ‘ନା ଲେଗା କୋଇ ପଙ୍ଗା’

ନୂଆଦିଲ୍ଲୀ: ରବିବାର ରାତିରେ ନଭି ମୁମ୍ବାଇରେ ଡିୱାଇ ପାଟିଲ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ 52 ରନରେ ପରାସ୍ତ କରିବା ପରେ ଭାରତୀୟ ଦଳ ମହିଳା ଏକଦିବସୀୟ ବିଶ୍ୱକପ...

ଶ୍ରେୟସ ଅୟର

ଶ୍ରେୟସ ଅୟର ସମ୍ପର୍କରେ ବିସିସିଆଇ ସଚିବଙ୍କ ବଡ ଅପଡେଟ

ନୂଆଦିଲ୍ଲୀ: ଶ୍ରେୟସ ଆୟରଙ୍କ କୋଣସି ସର୍ଜରୀ ହୋଇନାହିଁ ଏବଂ ସେ ବିଗତ କିଛି ଦିନ ଧରି ଶୀଘ୍ର ସୁସ୍ଥ ହେଉଛନ୍ତି ବୋଲି ବିସିସିଆଇ ସଚିବ ଦେବଜିତ ସାଇକିଆ...

ଓଡ଼ିଶା ଉତ୍ତରପ୍ରଦେଶ ରଣଜୀ ମୁକାବିଲା ଡ୍ର

ଓଡ଼ିଶା ଉତ୍ତରପ୍ରଦେଶ ରଣଜୀ ମୁକାବିଲା ଡ୍ର: ୮ ଦିନ ପରେ ୧ ପଏଣ୍ଟ୍

ଭୁବନେଶ୍ବର: ଓଡ଼ିଶା ଉତ୍ତରପ୍ରଦେଶ ରଣଜୀ ମୁକାବିଲା ଡ୍ର ହୋଇ ଶେଷ ହେଲା, ଯାହା ଓଡ଼ିଶା ଦଳ ପାଇଁ ସିଜନର ପ୍ରଥମ ପଏଣ୍ଟ୍‌ ଆଣିଦେଇଛି। ତୃତୀୟ ଦିନ ବର୍ଷା...

Load More
Next Post
ରିଓ ଡୋ ଜେନେରିଓ ପୋଲିସ ଅଭିଯାନ

ରିଓ ଡୋ ଜେନେରିଓ ପୋଲିସ ଅଭିଯାନ: ଗ୍ୟାଙ୍ଗ ଯୁଦ୍ଧରେ ୬୪ ମୃତ, ରାଜଧାନୀରେ ଆତଙ୍କ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଫେଲ ଉଡ଼ାଣ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଫେଲ ଉଡ଼ାଣ: ଅମ୍ବାଲା ଏୟାରବେସରେ ଇତିହାସ ସୃଷ୍ଟି

ଟ୍ରମ୍ପ ଭାରତ ବାଣିଜ୍ୟ ଚୁକ୍ତି ସଙ୍କେତ

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ପାଇଁ ଟ୍ରମ୍ପଙ୍କ ଇଙ୍ଗିତ ପରେ ବୟନଶିଳ୍ପ, ଚିଙ୍ଗୁଡ଼ି ଷ୍ଟକ୍ ବୃଦ୍ଧି ପାଇଛି

ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

ବୌଦ୍ଧରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ଜିଲ୍ଲାପାଳଙ୍କ କଠୋର ଚେତାବନୀ

ବୌଦ୍ଧ ବିଧାୟକଙ୍କୁ ଅଡୁଆ ବଂଶବାଦ

ବୌଦ୍ଧ ବିଧାୟକଙ୍କୁ ଅଡୁଆ ବଂଶବାଦ ଆଘାତ: ମନ୍ତ୍ରୀ ପଦ ପାଇଁ ଚିନ୍ତା, ବଢୁଛି ଆମଦାନୀ ନେତାଙ୍କ ଦୌରାତ୍ମ୍ୟ

LATEST STORIES

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ?

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ? ଭାରତ ର ସ୍ଥାନ କେତେ ଜାଣନ୍ତି କି?

ନବାଜୁଦ୍ଦିନ ସିଦ୍ଦିକୀ ‘ରାତ୍ ଅକେଲି ହୈ ବନ୍ସଲ୍ ମର୍ଡର୍ସ’ ରେ ଜବରଦସ୍ତ ଅନ୍ଦାଜ

ଆଲିଆ ଭଟ୍ଟଙ୍କ ମୁଭିଜ ଆଲଫା ରିଲିଜ ତାରିଖ ଘୋଷଣା, ଏପ୍ରିଲ ୧୭ରେ ଆସୁଛି ବଡ଼ ଫିଲ୍ମ

ଡାର୍କ ଚକୋଲେଟ୍ ଓ ବେରି ଖାଇଲେ ସ୍ମରଣଶକ୍ତି ବଢ଼େ, ଷ୍ଟ୍ରେସ୍ କମେ: ଅଧ୍ୟୟନ

ହାନୋଇରେ ଡେଙ୍ଗୁ ଜ୍ୱର: ଭୟଙ୍କର ଭାବେ ବୃଦ୍ଧି, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ସତର୍କତା

ଥେନି ର ଅଙ୍ଗୁର ଚାଷୀଙ୍କ ଦୁର୍ଦଶା — ବର୍ଷା ଓ ଦାମ ହ୍ରାସ ପାଇଁ ଜୀବିକା ଏବେ ସଙ୍କଟ ରେ

ବିଜେଡ଼ି ଜନସମ୍ପର୍କ ପଦଯାତ୍ରା
ଜିଲ୍ଲା

ବିଜେଡ଼ି ଜନସମ୍ପର୍କ ପଦଯାତ୍ରା: ବିଜେପି କୁ ଟାର୍ଗେଟ କଲେ ବିଜେଡ଼ି ଜିଲ୍ଲା ଉପସଭାପତି ପ୍ରଦୀପ୍ତ ସାହୁ

ହରଭଙ୍ଗା/ବୌଦ୍ଧ(ସର୍ବେଶ୍ୱର କ୍ଷେତି): ହରଭଙ୍ଗା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଓ...

Read moreDetails
ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ?
ବାଣିଜ୍ୟ

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ? ଭାରତ ର ସ୍ଥାନ କେତେ ଜାଣନ୍ତି କି?

ବିଶ୍ବର ଦେଶଗୁଡ଼ିକ ଦିନକୁ ଦିନ ଅଧିକ ଋଣଗ୍ରସ୍ତ ହେବାରେ ଲାଗିଛି । ଅକ୍ଟୋବର ମାସ ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ...

Read moreDetails
ନବାଜୁଦ୍ଦିନ ସିଦ୍ଦିକୀ 'ରାତ୍ ଅକେଲି ହୈ ବନ୍ସଲ୍ ମର୍ଡର୍ସ'
ମନୋରଞ୍ଜନ

ନବାଜୁଦ୍ଦିନ ସିଦ୍ଦିକୀ ‘ରାତ୍ ଅକେଲି ହୈ ବନ୍ସଲ୍ ମର୍ଡର୍ସ’ ରେ ଜବରଦସ୍ତ ଅନ୍ଦାଜ

ମୁମ୍ବାଇ: ଅଭିନେତା ନବାଜୁଦ୍ଦିନ ସିଦ୍ଦିକୀ ତାଙ୍କ ଅତିଲୋକପ୍ରିୟ କ୍ରାଇମ୍ ଥ୍ରିଲର୍ ଫିଲ୍ମ **‘ରାତ୍ ଅକେଲି ହୈ’**ର ସିକ୍ୱେଲ୍ ‘ରାତ୍ ଅକେଲି ହୈ: ବନ୍ସଲ୍ ମର୍ଡର୍ସ’ ସହିତ ପୁଣି...

Read moreDetails
Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved