Orissa Mirror Odia
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia
BREAKING
✦ତାଳଚେର ସାର କାରଖାନା ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ସମ୍ପୂର୍ଣ ହେବ।✦ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ୮ ବର୍ଷ ଜେଲ ଦଣ୍ଡାଦେଶ✦ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ ଓ ଚିକିତ୍ସା✦ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା✦ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା✦କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏବେ ବ୍ରାହ୍ମଣୀରେ, ତାଳଚେରର ମାଟି, ପାଣି, ପବନ ପ୍ରଦ୍ୟୁଷିତ ଲାଗୁନି ଅଙ୍କୁଶ✦ବସୁଧା ଯୋଜନା ବାଟବଣା: ସୁରୁଣ୍ଡି ଗ୍ରାମରେ ଓଭର ହେଡ଼ ଟାଙ୍କି କାର୍ଯ୍ୟକ୍ଷମ କେବେ?✦ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାନେଇ ପ୍ରଶାସନକୁ ନିବେଦନ✦ତାଳଚେରରେ ଗୋରୁ ଗାଈ କେତେ ସୁରକ୍ଷିତ!✦ବିଗତ ଘଟଣାର ପୁନରାବୃତ୍ତି ନହେଉ “ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ”✦ବିଦ୍ୟାଳୟରେ ସ୍ଥାୟୀ ଶ୍ରେଣୀ ଗୃହ ନିର୍ମାଣ କେବେ? ଶିକ୍ଷକ ପଦବୀ ପୂରଣ ଦାବି✦ବରିଷ୍ଠ ନାଗରିକଙ୍କ ସହ ବିଧାୟକଙ୍କ ବୈଠକ✦ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ,ଆରକ୍ଷୀ ଅଧିକ୍ଷକ ଅନୁପସ୍ଥିତ✦ତାଳଚେର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ✦ଭୂବନେଶ୍ୱରୀ ମାଇନ୍ସରେ ଓଲଟିଲା ଡ଼ିଜେଲ ଟ୍ୟାଙ୍କର, ଅଳ୍ପକେ ବର୍ତିଲେ ଚାଳକ✦ବିପଦ ସଙ୍କୁଳ ତେଲେନ ନଦୀ ବ୍ରିଜ,ଭୟଭୀତ ଗ୍ରାମବାସୀ✦ଟ୍ରାଫିକ ନିୟମ ଉଲଙ୍ଘନକାରୀ ଗାଡ଼ି ଚାଳକଙ୍କୁ ଛଡ଼ା ଯିବ ନାହିଁ : ଆରକ୍ଷୀ ଅଧିକ୍ଷକ✦ଆସୁଛି ପର୍ଯ୍ୟଟନ ଋତୁ, “ଭିତ୍ତିଭୂମି ଥାଇ ‘ଅବହେଳିତ ବୌଦ୍ଧ”✦ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ କେବେ? ବଢୁଛି କ୍ରୀଡ଼ାବିତଙ୍କ ଅସନ୍ତୋଷ✦ଭାରୀଯାନ ଚଳାଚଳ ଓ ପ୍ରଦୂଷଣକୁ ବିରୋଧ “ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ”

କେବଳ କଂଗ୍ରେସ ଦେଇଛି ଆଦିବାସୀ ପ୍ରାର୍ଥୀ: ବିଜେପି-ବିଜେଡି ଶୂନ୍ୟ

by Bureauom
October 29, 2025
in ରାଜନୀତି, ରାଜ୍ୟ
A A
କେବଳ କଂଗ୍ରେସ ଦେଇଛି ଆଦିବାସୀ ପ୍ରାର୍ଥୀ
0
SHARES
Share on FacebookShare on Twitter

ଭୁବନେଶ୍ୱର : ନୂଆପଡା ଉପନିର୍ବାଚନ ପାଇଁ ଗତ କାଲିଠାରୁ ପ୍ରତ୍ୟହ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ଆଜି ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ନୂଆପଡା ଉପନିର୍ବାଚନ ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ। ସେ କହିଛନ୍ତି, କେବଳ କଂଗ୍ରେସ ଦେଇଛି ଆଦିବାସୀ ପ୍ରାର୍ଥୀ, ଯେଉଁଠାରେ ବିଜେପି ଓ ବିଜେଡି ଆଦିବାସୀଙ୍କୁ ଅନଦେଇ ରାଜନୈତିକ ଲାଭ ଖୋଜୁଛନ୍ତି। ପୂର୍ବତନ ମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସୁଥିବା ବାତ୍ୟା “ମନ୍ଥା” ପାଇଁ ରାଜ୍ୟବାସୀଙ୍କୁ ସତର୍କ ଓ ସଜାଗ ରହିବା ପାଇଁ ଅନୁରୋଧ କରିଥିଲେ।

ନୂଆପଡାରେ ଏକ ବିଚିତ୍ର ରାଜନୈତିକ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପି ଓ ବିଜେଡି ଉଭୟ ପୋଷ୍ଟରରେ ସ୍ବର୍ଗତ ବିଧାୟକ ରାଜୁ ଢୋଲାକିଆଙ୍କ ଫଟୋ ବ୍ୟବହାର କରୁଛନ୍ତି । ପ୍ରକୃତରେ ସେ କାହାର ତାକୁ ନେଇ ସାଧାରଣରେ ଆଲୋଚନା ହେଉଛି । ଜନସମାଗମ ନ ହେବାରୁ ମୁଖ୍ୟମନ୍ତ୍ରୀଙ୍କ ସଭା ଭଣ୍ଡୁର ହେଲା । କାରଣ ବିଜେଡିରେ ଥିବା ସ୍ବର୍ଗତ ରାଜୁ ଢୋଲକିଆଙ୍କ ପୁତ୍ରଙ୍କୁ ବିଜେପି ପ୍ରାର୍ଥୀ କରିଥିବାରୁ ବିଜେପି ଦଳରେ ଘୋର ଅସନ୍ତୋଷ ଏବଂ କର୍ମୀ ସହଯୋଗ କରୁନାହାନ୍ତି । ସ୍ଥାନୀୟ କର୍ମୀଙ୍କ ନିରୁତ୍ସାହ ପାଇଁ ଛତିଶଗଡ ନେତାଙ୍କୁ ଆସି ପ୍ରଚାର କରିବାକୁ ପଡୁଛି । ବିଜେଡି ଚଳାଉଥିବା ବ୍ୟକ୍ତି ଓ ବିଜେପି ମଧ୍ୟରେ ସାଲିସ ହୋଇଛି ସେମାନେ ବନ୍ଧୁତ୍ୱପୂର୍ଣ ଲଢେଇ କରୁଛନ୍ତି । ଏପଟେ କଂଗ୍ରେସର ପ୍ରଚାରରେ ଖୋଦ ଆମ ଦଳର ସଭାପତି ଭକ୍ତ ଚରଣ ଦାସ ନୂଆପଡାରେ ରହି ପ୍ରଚାର ଦାୟିତ୍ୱ ନେଇଛନ୍ତି ପୁଣି ସିଏ ସେଠାକାର ସ୍ଥାନୀୟ ନେତା ଏବଂ ତାଙ୍କ ଅମଳରେ ନୂଆପଡା ବିକାଶର ସ୍ୱାଦ ଚାଖିଥିଲା । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଜଣେ ଆଦିବାସୀ ଏବଂ ନିର୍ବିବାଦୀୟ ସର୍ବମାନ୍ୟ ନେତା । ୪ ଥର ନିର୍ବାଚନ ଲଢ଼ି ଭୋଟ ସଂଖ୍ୟା ବୃଦ୍ଧି ପାଇଛି ଗତ ନିର୍ବାଚନରେ ୫୧ ହଜାର ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ଥିଲେ । ଜିଲ୍ଲାରେ ମୋଟ ୪୦% ଆଦିବାସୀ ଥିବାବେଳେ ବିଜେଡି ବିଜେପି ଆଦିବାସୀ ଜଣଙ୍କୁ ପ୍ରାର୍ଥୀ କରି ପାରିଲା ନାହିଁ । କିନ୍ତୁ କଂଗ୍ରେସ ରାହୁଳ ଗାନ୍ଧୀଙ୍କ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ବଦ୍ଧପରିକର । ଆମେ ଆଦିବାସୀ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଟିକେଟ ଦେଇଛୁ ।

ନାରୀ, ଶ୍ରମିକ, ଆଦିବାସୀ ଦଳିତ, ବେକାରୀ ଓ କୃଷକଙ୍କ ସାମାଜିକ ନ୍ୟାୟ ପ୍ରତିଷ୍ଠା ଓ ବିକାଶ ହେଉଛି କଂଗ୍ରେସର ମୁଦ୍ଦା । ବିଜେପି ବିଜେଡିଙ୍କ ପାଖରେ କୌଣସି ମୁଦ୍ଦା ନାହିଁ କେବଳ ଗୋଟିଏ ଲକ୍ଷ କଂଗ୍ରେସକୁ ପରାଜିତ କରିବା । ୩୦୦ ୟୁନିଟ ବିଜୁଳି ଛାଡ଼, ବାର୍ଦ୍ଧକ୍ୟ ଭତ୍ତା, ସୁଭଦ୍ରା ଯୋଜନା ନାମରେ ବିଜେପି ପ୍ରତାରଣା କରିଛି ତେଣୁ ଭୋଟରଙ୍କ ପାଖକୁ କଣ ମୁଦ୍ଦା ନେଇ ଯିବେ ? କୌଣସି ମୁଦ୍ଦା ନାହିଁ ସମସ୍ତ ରଣ କୌଶଳ କଂଗ୍ରେସ ଆଗରେ କାମ ଦେଉ ନ ଥିବାରୁ ଏକ ନୂତନ ନକାରାତ୍ମକ ପନ୍ଥା ଆପଣାଇଛନ୍ତି । ପରୋକ୍ଷରେ ଆମ ସଭାପତି ଭକ୍ତ ଦାସଙ୍କ ବିରୁଦ୍ଧରେ ବିନା ତଥ୍ୟ ପ୍ରମାଣ ଆଧାରରେ କୁତ୍ସାରଟନା ଆରମ୍ଭ କରି ନୂଆପଡା ନିର୍ବାଚନକୁ ପ୍ରଭାବିତ କରିବା ଅପଚେଷ୍ଟା କରୁଛନ୍ତି। ଅବିଭକ୍ତ କଳାହାଣ୍ଡି ଜିଲ୍ଲା ୧୯୬୬ ମସିହା ବେଳକୁ ଏକ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳ ଥିଲା । ସେଠାକୁ ଇନ୍ଦିରା ଗାନ୍ଧୀଙ୍କ ସମେତ ସମସ୍ତ ଦଳର ନେତା, ସମାଜସେବୀ, ବିଦେଶୀ ସାମ୍ବାଦିକ ପରିଦର୍ଶନ କରୁଥିଲେ। ଆମେ ସେତେବେଳେ ରିଲିଫ କାମରେ ଯୋଗ ଦେଇଥିଲୁ । ମୁଁ ୧୯୭୪ ଏବଂ ୧୯୯୭ ରେ ନୂଆପଡାର ନିର୍ବାଚିତ ପ୍ରତିନିଧି ଥିଲି । କଂଗ୍ରେସ ଶାସନ କାଳରେ ଏ ଏନ ଖୋସଲା ରାଜ୍ୟପାଳ ଥାଆନ୍ତି । ସେ ଜଣେ ସ୍ୱନାମଧନ୍ୟ ଇଞ୍ଜିନିଅର ମଧ୍ୟ । ଇନ୍ଦିରା ଗାନ୍ଧୀ ତାଙ୍କ ସହ ଆଲୋଚନା କଲେ । ତାପରେ ଆରମ୍ଭ ହେଲା ନୂଆପଡା କଳାହାଣ୍ଡିର ବିକାଶ ଯାତ୍ରା । କଳାହାଣ୍ଡି, ବଲାଙ୍ଗୀର କୋରାପୁଟକୁ କେବିକେ ଯୋଜନା ଅନ୍ତର୍ଗତ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜର ଆରମ୍ଭ, ଇନ୍ଦ୍ରାବତୀ ଓ ପତୋରା ଭଳି ବୃହତ ଜଳସେଚନ ଭିତ୍ତିକ ଡ୍ୟାମ । ଆଜି ମରୁଡି ଅଞ୍ଚଳ ଶସ୍ୟ ଶ୍ୟାମଳା ହୋଇଛି । କେବଳ ପତୋରା ଡ୍ୟାମ ୬୦ ହଜାର ଏକର ଜମି ଜଳସେଚିତ କରୁଛି । ଏସବୁ ଇନ୍ଦିରା ଗାନ୍ଧୀଙ୍କ ନିଷ୍ପତ୍ତି ଯୋଗୁଁ ସମ୍ଭବ ହୋଇଛି।

ୟୁପିଏ ସରକାର ସମୟରେ ଶିକ୍ଷା ସ୍ୱାସ୍ଥ୍ୟ, ଜଳସେଚନ, ବିଜୁଳୀ ଓ ରାସ୍ତାଘାଟକୁ ପ୍ରାଧାନ୍ୟ ଦିଆଯାଇ ଅନେକ ବିକାଶମୂଳକ କାମ କରାଯାଇଛି । ଆମେ ବିରୋଧୀ ବିଜେଡି ବିଜେପିଙ୍କୁ ଆହ୍ୱାନ କରୁଛୁ ଏକ ମୁହାଁମୁହିଁ ଆଲୋଚନା ପାଇଁ । କଂଗ୍ରେସ ସରକାର ସମୟରେ କଣ ବିକାଶ ହୋଇଥିଲା ଏବଂ ଗତ ୨୫ ବର୍ଷର ବିଜେଡି ବିଜେପି ଓ ଡବଲ ଇଞ୍ଜିନ ଶାସନରେ କଣ ବିକାଶ କରିଛନ୍ତି । ସାଧାରଣ ଜନତା ନିର୍ଣ୍ଣୟ କରିବେ କାହା ସମୟରେ ପ୍ରକୃତ ବିକାଶ ହୋଇଥିଲା । କଂଗ୍ରେସର ବିଜୟ ହେବ କୌଣସି ଚୋରୀ କିମ୍ବା ଅପପ୍ରଚାର କାମ ଦେଵନାହିଁ ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ସହିତ ପିସିସିର ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ଓ ନଳିନୀକାନ୍ତ ନାୟକ ଉପସ୍ଥିତ ଥିଲେ ।

Bureauom

Bureauom

Orissa Mirror Odia is a leading digital news portal dedicated to bringing you the latest updates from Odisha and beyond. We aim to deliver fast, reliable, and balanced news coverage that keeps readers informed, engaged, and connected to the world around them.

Related Posts

ବିଜେଡ଼ି ଜନସମ୍ପର୍କ ପଦଯାତ୍ରା

ବିଜେଡ଼ି ଜନସମ୍ପର୍କ ପଦଯାତ୍ରା: ବିଜେପି କୁ ଟାର୍ଗେଟ କଲେ ବିଜେଡ଼ି ଜିଲ୍ଲା ଉପସଭାପତି ପ୍ରଦୀପ୍ତ ସାହୁ

ହରଭଙ୍ଗା/ବୌଦ୍ଧ(ସର୍ବେଶ୍ୱର କ୍ଷେତି): ହରଭଙ୍ଗା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଓ...

ବିକ୍ରି ହେବ ବିଶ୍ବପ୍ରସିଦ୍ଧ ପୁରୀ ରଥଯାଚ୍ରାରେ ବ୍ୟବହୃତ ରଥ ଅଂଶ

ବିକ୍ରି ହେବ ବିଶ୍ବପ୍ରସିଦ୍ଧ ପୁରୀ ରଥଯାଚ୍ରାରେ ବ୍ୟବହୃତ ରଥ ଅଂଶ

ପୁରୀ: ବିକ୍ରି ହେବ ବିଶ୍ବପ୍ରସିଦ୍ଧ ପୁରୀ ରଥଯାଚ୍ରାରେ ବ୍ୟବହୃତ ରଥ ଅଂଶ । ସେଥିପାଇଁ ପ୍ରକିୟା ଆରମ୍ଭ ହୋଇଛି । ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ...

କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ

କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ

କଟକ: ଐତିହାସିକ ବାଲିଯାତ୍ରାରେ ଆୟୋଜନ ହୋଇଥିବା କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ ହୋଇଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ତଥା...

ନୂଆପଡାରେ ଭୋଟର ସୂଚନା ପତ୍ର ଓ ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ବିତରଣ

ନୂଆପଡାରେ ଭୋଟର ସୂଚନା ପତ୍ର ଓ ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ବିତରଣ

ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ମତଦାତାମାନଙ୍କୁ ଉପନିର୍ବାଚନ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ମାର୍ଗଦର୍ଶନରେ ବୁଥ ସ୍ତରୀୟ ଅଧିକାରୀମାନେ ଘରକୁ ଘର...

ସର୍ଭର ଡାଉନ ପାଇଁ ପ୍ରାୟ ଘଣ୍ଟାଏ ବିଳମ୍ବରେ ସେଣ୍ଟରକୁ ଗଲେ ଛାତ୍ରୀଛାତ୍ର

ଆରଆଇ ପରୀକ୍ଷାରେ ସର୍ଭର ଡାଉନ ଅଭିଯୋଗ । ସକାଳ ୭.୩୦ରେ ପ୍ରବେଶ ସମୟ ଥିଲା । ୮.୪୫ରେ ଭିତରକୁ ଗଲେ ପରୀକ୍ଷାର୍ଥୀ । ରାଜ୍ୟର ବିଭିନ୍ନ ପରୀକ୍ଷା...

୨୦୦ଫୁଟ ଲମ୍ବର ବୋଇତ ଭସାଇଲେ ଶ୍ରଦ୍ଧାଳୁ

୨୦୦ଫୁଟ ଲମ୍ବର ବୋଇତ ଭସାଇଲେ ଶ୍ରଦ୍ଧାଳୁ । ହଜାର ହଜାର ଲୋକଙ୍କ ସମାଗମ । ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମାଣିତ୍ରୀ ଗ୍ରାମର ମଦନମୋହନ ଜୀୟୁ କମିଟି...

Load More
Next Post
ଓଡ଼ିଶା ଉତ୍ତରପ୍ରଦେଶ ରଣଜୀ ମୁକାବିଲା ଡ୍ର

ଓଡ଼ିଶା ଉତ୍ତରପ୍ରଦେଶ ରଣଜୀ ମୁକାବିଲା ଡ୍ର: ୮ ଦିନ ପରେ ୧ ପଏଣ୍ଟ୍

ଛାଡ଼ପତ୍ର ପାଇଁ ଆବେଦନ କଲେ ମାହି-ଜୟ

ଛାଡ଼ପତ୍ର ପାଇଁ ଆବେଦନ କଲେ ମାହି-ଜୟ, ଅଭିନୟ ଜଗତରେ ଚର୍ଚ୍ଚା

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଭାରତୀୟ ସେନାର କଡ଼ା ଜବାବ ସହ ସୀମାରେ ତନାତନି

ଦିଲ୍ଲୀର କୃତ୍ରିମ ବର୍ଷା ପାଇଁ କ୍ଲାଉଡ୍ ସିଡିଂ

ଦିଲ୍ଲୀର କୃତ୍ରିମ ବର୍ଷା ପାଇଁ କ୍ଲାଉଡ୍ ସିଡିଂ ଆରମ୍ଭ, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନୂଆ ପଦକ୍ଷେପ

ପୋଡ଼ମ୍‌ପେଟାରେ କୂଳ ଲଂଘିଲା ସମୁଦ୍ର

ପୋଡ଼ମ୍‌ପେଟାରେ କୂଳ ଲଂଘିଲା ସମୁଦ୍ର, ଗଞ୍ଜାମରେ ‘ମୋନ୍ଥା’ର ପ୍ରଭାବ ତୀବ୍ର

LATEST STORIES

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ?

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ? ଭାରତ ର ସ୍ଥାନ କେତେ ଜାଣନ୍ତି କି?

ନବାଜୁଦ୍ଦିନ ସିଦ୍ଦିକୀ ‘ରାତ୍ ଅକେଲି ହୈ ବନ୍ସଲ୍ ମର୍ଡର୍ସ’ ରେ ଜବରଦସ୍ତ ଅନ୍ଦାଜ

ଆଲିଆ ଭଟ୍ଟଙ୍କ ମୁଭିଜ ଆଲଫା ରିଲିଜ ତାରିଖ ଘୋଷଣା, ଏପ୍ରିଲ ୧୭ରେ ଆସୁଛି ବଡ଼ ଫିଲ୍ମ

ଡାର୍କ ଚକୋଲେଟ୍ ଓ ବେରି ଖାଇଲେ ସ୍ମରଣଶକ୍ତି ବଢ଼େ, ଷ୍ଟ୍ରେସ୍ କମେ: ଅଧ୍ୟୟନ

ହାନୋଇରେ ଡେଙ୍ଗୁ ଜ୍ୱର: ଭୟଙ୍କର ଭାବେ ବୃଦ୍ଧି, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ସତର୍କତା

ଥେନି ର ଅଙ୍ଗୁର ଚାଷୀଙ୍କ ଦୁର୍ଦଶା — ବର୍ଷା ଓ ଦାମ ହ୍ରାସ ପାଇଁ ଜୀବିକା ଏବେ ସଙ୍କଟ ରେ

ବିଜେଡ଼ି ଜନସମ୍ପର୍କ ପଦଯାତ୍ରା
ଜିଲ୍ଲା

ବିଜେଡ଼ି ଜନସମ୍ପର୍କ ପଦଯାତ୍ରା: ବିଜେପି କୁ ଟାର୍ଗେଟ କଲେ ବିଜେଡ଼ି ଜିଲ୍ଲା ଉପସଭାପତି ପ୍ରଦୀପ୍ତ ସାହୁ

ହରଭଙ୍ଗା/ବୌଦ୍ଧ(ସର୍ବେଶ୍ୱର କ୍ଷେତି): ହରଭଙ୍ଗା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଓ...

Read moreDetails
ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ?
ବାଣିଜ୍ୟ

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ? ଭାରତ ର ସ୍ଥାନ କେତେ ଜାଣନ୍ତି କି?

ବିଶ୍ବର ଦେଶଗୁଡ଼ିକ ଦିନକୁ ଦିନ ଅଧିକ ଋଣଗ୍ରସ୍ତ ହେବାରେ ଲାଗିଛି । ଅକ୍ଟୋବର ମାସ ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ...

Read moreDetails
ନବାଜୁଦ୍ଦିନ ସିଦ୍ଦିକୀ 'ରାତ୍ ଅକେଲି ହୈ ବନ୍ସଲ୍ ମର୍ଡର୍ସ'
ମନୋରଞ୍ଜନ

ନବାଜୁଦ୍ଦିନ ସିଦ୍ଦିକୀ ‘ରାତ୍ ଅକେଲି ହୈ ବନ୍ସଲ୍ ମର୍ଡର୍ସ’ ରେ ଜବରଦସ୍ତ ଅନ୍ଦାଜ

ମୁମ୍ବାଇ: ଅଭିନେତା ନବାଜୁଦ୍ଦିନ ସିଦ୍ଦିକୀ ତାଙ୍କ ଅତିଲୋକପ୍ରିୟ କ୍ରାଇମ୍ ଥ୍ରିଲର୍ ଫିଲ୍ମ **‘ରାତ୍ ଅକେଲି ହୈ’**ର ସିକ୍ୱେଲ୍ ‘ରାତ୍ ଅକେଲି ହୈ: ବନ୍ସଲ୍ ମର୍ଡର୍ସ’ ସହିତ ପୁଣି...

Read moreDetails
Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved