ତାଳଚେର (ବିଜୟ କୁମାର ଦେବତା): ଜାତୀୟ ସ୍ତରରେ କୋଲ ଇଣ୍ଡିଆର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମହାନଦୀ କୋଇଲା କମ୍ପାନୀ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ଅଶୋକ କୁମାର ଧଳଙ୍କୁ ବ୍ୟକ୍ତିଗତ ଭାବେ କୋଲ ଇଣ୍ଡିଆ ତରଫରୁ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ କୋଲ ଇଣ୍ଡିଆର ୫୧ ତମ ପ୍ରତିଷ୍ଠା ଦିବସରେ କୋଲ ଇଣ୍ଡିଆ ଅଧ୍ୟକ୍ଷ ପି.ଏମ.ପ୍ରସାଦ ଶ୍ରୀ ଧଳଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। କୋଇଲା ଉତ୍ପାଦନର ଲକ୍ଷ୍ୟ ଓ କାରବାର ସହ ଜନସାଧାରଣଙ୍କ ସହ ଉତ୍ତମ ସମ୍ପର୍କ ନେଇ ଶ୍ରୀ ଧଳଙ୍କ ୩୫ ବର୍ଷର ଅଭିଜ୍ଞତା ଥୂବାବେଳେ ସର୍ବଭାରତୀୟ କୋଇଲା କ୍ଷେତ୍ରରେ ସେ ଜଣେ ଜଣାଶୁଣା ବ୍ୟକ୍ତିତ୍ଵ।
PMP ମେଡ଼ିକାଲ କଲେଜରେ ବାରମ୍ବାର ବିଦ୍ୟୁତ୍ କାଟ, ରୋଗୀ ସମେତ ଡ଼ାକ୍ତର ହନ୍ତସନ୍ତ
ତାଳଚେର(ବିଜୟ କୁମାର ଦେବତା): ତାଳଚେର ନିର୍ଭର ଯୋଗ୍ୟ ଘଂଟପଡ଼ା ସ୍ଥିତ ପବିତ୍ରମୋହନ ମେଡ଼ିକାଲ କଲେଜରେ ବାରମ୍ବାର ବିଦ୍ୟୁତ୍କାଟ୍ ହେଉଥିବାରୁ ରୋଗୀ ସମେତ ଡ଼ାକ୍ତରମାନେ ନାହିଁ ନଥିବା ଅସୁବିଧାର...












