ଝାରସୁଗୁଡ଼ା : କୋଲାବିରା ଠାରେ ମଙ୍ଗଳବାର ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ମହା ଆଡମ୍ବର ସହିତ ଅନୁଷ୍ଠିତ ହୋଇଛି।
କାର୍ଯ୍ୟକ୍ରମରେ ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଉନ୍ନତ ଧରଣର ମତ୍ସ୍ୟ ଚାଷ ଓ ପ୍ରାଣୀ ସମ୍ପଦ ବିକାଶ ବିଷୟରେ ଆଲୋକପାତ କରିଥିଲେ। ସେ ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରାଣୀ ସମ୍ପଦ ଯୋଜନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସଂରକ୍ଷଣ, ଉତ୍ପାଦନ ବୃଦ୍ଧି ଓ ବ୍ୟବସାୟିକ ଉପଯୋଗ ସହିତ ଗ୍ରାମୀଣ ଅର୍ଥନୀତିରେ ଏହାର ଭୂମିକା ବିଷୟକୁ ଉଲ୍ଲେଖ କରିଥିଲେ।
କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ସି.ଡି.ଭି.ଓ. ଦୟାସାଗର ଧୂରିଆ, ମତ୍ସ୍ୟ ଓ ପାଶୁପାଳନ ବିଭାଗର ବହୁ ଅଧିକାରୀ, ସ୍ୱୟଂସହାୟକ ଗୋଷ୍ଠୀ ଓ ଚାଷୀମାନେ ଯୋଗଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଡେପୁଟି ଡାଇରେକ୍ଟର ଜ୍ଞାନ ରଞ୍ଜନ ସାମଲ ଓ ବୈଜ୍ଞାନିକ ସମୀର ରଞ୍ଜନ ଦାଶ ଯୋଗଦେଇ ମାଛ ଚାଷ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଅବଗତ କରାଇଥିଲେ।
ମୁଖ୍ୟ ବକ୍ତା ଭାବେ ଡା. ଭୀଷ୍ମ ଚନ୍ଦ୍ର ନାଏକ ଗୋ, କୁକୁଡ଼ା ଓ ଛେଳି ପାଳନର ବିଭିନ୍ନ ଦିଗ ଓ ନୂତନ ଜ୍ଞାନ କୌଶଳ ଉପରେ ଆଲୋକପାତ କରିଥିଲେ।
ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଦୟାସାଗର ଡୁରିଆଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡା. ଭଗବତୀ ପ୍ରସାଦ ଦାଶ, ଡା. ପ୍ରଦୀପ ଚୌଧୁରୀ, ଗୋଷ୍ଠୀ ଚିକିତ୍ସାଧିକାରୀମାନେ ସହ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।








