ନୂଆପଡ଼ା/ଭୁବନେଶ୍ୱର : ‘ଗାନ୍ଧୀ ଫେରୁଛନ୍ତି ପୁସ୍ତକ ଲୋକର୍ପଣ’ ଅବସରରେ ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି ଯେ, ଗାନ୍ଧୀ ଚେତନାଠାରୁ ଅଲଗା ହୋଇ ବିଶ୍ୱକୁ ତିଷ୍ଠେଇ ରଖାଯାଇପାରିବ ନାହିଁ। ଗାନ୍ଧୀବିଚାରରୁ ମାନବ ସଭ୍ୟତା ଦୂରେଇଗଲେ, ଅନିବାର୍ଯ୍ୟ ଭାବରେ ପରମାଣୁ ଜଗତକୁ ଧ୍ୱଂସ କରିଦେବ ବୋଲି ସେ ସତର୍କ କରିଛନ୍ତି। ଏଭଳି ସମୟରେ ଗାନ୍ଧୀବାଦକୁ ଅବହେଳା କରିବା ମାନେ ନିଜ ଗୋଡ଼ରେ କୁରାଢ଼ି ମାରିବା ସମାନ ବୋଲି ସେ ଉଲ୍ଲେଖ କରିଛନ୍ତି।
ଏକାଧିକ ପୌରାଣିକ ଉଦାହରଣ ଦେଇ ଗାନ୍ଧୀଙ୍କ ଆଦର୍ଶକୁ ରାହୁଲ ଆଗକୁ ନେଉଥିବାରୁ ସେ ଶାନ୍ତି ପ୍ରତିଷ୍ଠାରେ ସଫଳ ହେବେ ବୋଲି ଆଶା ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ସିମାଞ୍ଚଳ ମହାପାତ୍ର ସଂଯୋଜନା କରିଥିଲେ। ‘ପକେଟ୍ ନ୍ୟୁଜ୍’ର ସଂପାଦକ ଏବଂ ପୁସ୍ତକର ଲେଖକ ସୁଧାଂଶୁ ପାତ୍ର କହିଥିଲେ ଯେ, ଗୋଟିଏ ଦଳ ସପକ୍ଷରେ ଏତେ ସ୍ପଷ୍ଟ ବାତାବରଣ ଥିବା ସତ୍ତ୍ୱେ ଯଦି ‘ଭୋଟ୍ ଚୋରି’ ହୋଇ ହାରିଯାଏ, ତେବେ ଏହା ଦୁର୍ଭାଗ୍ୟଜନକ ହେବ।
ସେ ଆହୁରି କହିଥିଲେ, ମେ ‘୩୧ ପ୍ରକରଣ’ର ଦୁଇମାସ ପୂର୍ବରୁ ନବୀନ–ପ୍ୟାରୀ ସମ୍ପର୍କ, ବିଜେଡି–ବିଜେପି ମେଣ୍ଟ ଆଦି ବିଷୟରେ ତାଙ୍କ ପୂର୍ବାନୁମାନ ସତ୍ୟ ସାବିତ ହୋଇଥିଲା। ପୁସ୍ତକର ସମୀକ୍ଷକ ଏବଂ ‘ଏସିଆନ ଏଜ୍’ ରାଜ୍ୟ ମୁଖ୍ୟ ଅକ୍ଷୟ ସ୍ୱାଇଁ କହିଥିଲେ ଯେ, ‘ମେ ୩୧ ପ୍ରକରଣ’ କେବଳ ଏକ ଘଟଣା ନୁହେଁ, ଏହାର ପଛରେ ଅନେକ ଗଭୀର ଅର୍ଥ ରହିଛି। କାର୍ଯ୍ୟକ୍ରମର ଶେଷରେ ଶରଧା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।







