Orissa Mirror Odia
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia
BREAKING
✦ତାଳଚେର ସାର କାରଖାନା ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ସମ୍ପୂର୍ଣ ହେବ।✦ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ୮ ବର୍ଷ ଜେଲ ଦଣ୍ଡାଦେଶ✦ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ ଓ ଚିକିତ୍ସା✦ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା✦ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା✦କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏବେ ବ୍ରାହ୍ମଣୀରେ, ତାଳଚେରର ମାଟି, ପାଣି, ପବନ ପ୍ରଦ୍ୟୁଷିତ ଲାଗୁନି ଅଙ୍କୁଶ✦ବସୁଧା ଯୋଜନା ବାଟବଣା: ସୁରୁଣ୍ଡି ଗ୍ରାମରେ ଓଭର ହେଡ଼ ଟାଙ୍କି କାର୍ଯ୍ୟକ୍ଷମ କେବେ?✦ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାନେଇ ପ୍ରଶାସନକୁ ନିବେଦନ✦ତାଳଚେରରେ ଗୋରୁ ଗାଈ କେତେ ସୁରକ୍ଷିତ!✦ବିଗତ ଘଟଣାର ପୁନରାବୃତ୍ତି ନହେଉ “ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ”✦ବିଦ୍ୟାଳୟରେ ସ୍ଥାୟୀ ଶ୍ରେଣୀ ଗୃହ ନିର୍ମାଣ କେବେ? ଶିକ୍ଷକ ପଦବୀ ପୂରଣ ଦାବି✦ବରିଷ୍ଠ ନାଗରିକଙ୍କ ସହ ବିଧାୟକଙ୍କ ବୈଠକ✦ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ,ଆରକ୍ଷୀ ଅଧିକ୍ଷକ ଅନୁପସ୍ଥିତ✦ତାଳଚେର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ✦ଭୂବନେଶ୍ୱରୀ ମାଇନ୍ସରେ ଓଲଟିଲା ଡ଼ିଜେଲ ଟ୍ୟାଙ୍କର, ଅଳ୍ପକେ ବର୍ତିଲେ ଚାଳକ✦ବିପଦ ସଙ୍କୁଳ ତେଲେନ ନଦୀ ବ୍ରିଜ,ଭୟଭୀତ ଗ୍ରାମବାସୀ✦ଟ୍ରାଫିକ ନିୟମ ଉଲଙ୍ଘନକାରୀ ଗାଡ଼ି ଚାଳକଙ୍କୁ ଛଡ଼ା ଯିବ ନାହିଁ : ଆରକ୍ଷୀ ଅଧିକ୍ଷକ✦ଆସୁଛି ପର୍ଯ୍ୟଟନ ଋତୁ, “ଭିତ୍ତିଭୂମି ଥାଇ ‘ଅବହେଳିତ ବୌଦ୍ଧ”✦ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ କେବେ? ବଢୁଛି କ୍ରୀଡ଼ାବିତଙ୍କ ଅସନ୍ତୋଷ✦ଭାରୀଯାନ ଚଳାଚଳ ଓ ପ୍ରଦୂଷଣକୁ ବିରୋଧ “ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ”

ସମସ୍ଯା ଘେରରେ ତାଳଚେର: କାହାରି ନାହିଁ ଏହାପ୍ରତି ନଜର !!

by Bureauom
November 5, 2025
in ଅନୁଗୁଳ
A A
ସମସ୍ଯା ଘେରରେ ତାଳଚେର
0
SHARES
Share on FacebookShare on Twitter

ତାଳଚେର(ବିଜୟ କୁମାର ଦେବତା): ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଯୋଗୁଁ ଜିଲ୍ଳା ଉନ୍ନୟନ କାର୍ଯ୍ୟ ବାଟବଣା ହେଉଛି । କେତେକ ସରକାରୀ ଅଧିକାରୀଙ୍କ ସ୍ୱେଚ୍ଛାଚାରିତ ବଢ଼ି ଚାଲିଥିବା ବେଳେ ନେତା ଓ ଜନପ୍ରତିନିଧି ନିରବଦ୍ରଷ୍ଟା ସାଜିଛନ୍ତି । ଶାସକଦଳର ନେତାମାନେ ନିଜ ନିଜ ସୁବିଧାରେ ରହୁଥିବା ବେଳେ ବିରୋଧିଦଳର କୌଣସି ଭୂମିକା ରହୁନି । ଲୋକଙ୍କ ପ୍ରତିବାଦର ସ୍ୱର ଉଠୁନଥିବାରୁ ରାଜନେତା ଓ ଅଧିକାରୀ ଏହାର ସୁଯୋଗ ନେଉଛନ୍ତି । ବିଭିନ୍ନ ସମସ୍ୟା ସହ ଯୁଝୁଥିବା ବେଳେ କ୍ଷମତାଶୀଳ ରାଜନେତା ବ୍ୟକ୍ତିଙ୍କ ସମସ୍ୟା ଠାରୁ ଦୂରେଇ ରହୁଛନ୍ତି । କେବଳ ନିର୍ବାଚନ ଆସିଲେ ରାଜନୈତିକ ଦଳଗୁଡ଼ିକ ତତ୍ପରତା ପ୍ରକାଶ କରିଥାଏ । ମିଛ ପ୍ରତିଶ୍ରୁତି ଦେବା ଓ ଲୋକଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ଭୋଟ୍ ହାତେଇବା ସେମାନଙ୍କର ମୁଖ୍ୟ କାର୍ଯ୍ୟ ହେଉଛି । ପଂଚାୟତ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଶାସକ ଦଳକୁ ଦୀର୍ଘ ବର୍ଷ ଧରି ସମର୍ଥନ ଦେଇ ଆସୁଛନ୍ତି । ଏହା ବଦଳରେ ଜିଲ୍ଲାରେ ଯେଉଁ ଅଗ୍ରଗତି ହେବା କଥା ତାହା ହୋଇପାରୁନି । କେବଳ ରାଜ୍ୟ ବ୍ୟାପି ହେଉନଥିବା ଗରୀବ କଲ୍ୟାଣ ଯୋଜନା ଏକମାତ୍ର । ଅନ୍ୟ ଜିଲ୍ଲାରେ ମେଡ଼ିକାଲ କଲେଜ ଖୋଲା ଯାଉଥିବା ବେଳେ ଏଠି ସମସ୍ତ ସୁବିଧା ଥାଇ ମଧ୍ୟ ତାହା ହୋଇପାରୁନି । ରାଜ୍ୟ ସରକାର ବିଭିନ୍ନ ଜିଲ୍ଳାରେ ଶିଳ୍ପପ୍ରତିଷ୍ଠାନ କରିବାକୁ ପୁଞ୍ଜି ନିବେଶକାରୀଙ୍କ ସହ ଚୁକ୍ତି କରୁଥିବା ବେଳେ ଲୋକଙ୍କ ସମସ୍ୟା ଦୂର ହେଉନି ।

ତାଳଚେର ବିଭିନ୍ନ ଖେଳକୁଦରେ ଖେଳାଳିମାନେ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ଖେଳ ପ୍ରଦର୍ଶନ କରି ତାଳଚେର ଓ ଜିଲ୍ଳା ପାଇଁ ଗୌରବ ଆଣିଦେଇଥିବା ବେଳେ ଅତ୍ୟାଧୁନିକ ଖେଳପଡ଼ିଆ ନଥିବାରୁ ଖେଳାଳିମାନେ ନଭର୍ସ ହୋଇପଡ଼ୁଛନ୍ତି । ତାଳଚେର ରାଜବାଟ୍ଟି ନକିଟସ୍ଥ ଏକ ବିସ୍ତିର୍ଣ୍ଣ ଖେଳପଡ଼ିଆ ଥିଲେ ମଧ୍ୟ ତାହାର ଏପର୍ଯ୍ୟନ୍ତ ରକ୍ଷଣାବେକ୍ଷଣା ଅଭାବରୁ ବିଭିନ୍ନ ଖେଳ ଉପଯୋଗୀ ହୋଇପାରୁନି ଏବଂ କ୍ରୀଡ଼ାବିତ୍‌ଙ୍କ ନିମନ୍ତେ ଏହାର ଅତ୍ୟାଧୁନିକ କରାଯାଇ ନାହିଁ । ସହରରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ରାସ୍ତା ପ୍ରଶସ୍ତିକରଣ ଏପର୍ଯ୍ୟନ୍ତ କରାଯାଇ ନାହିଁ । ଏପରି ମାଳମାଳ ସମସ୍ୟା ମଧ୍ୟରେ ପାନୀୟଜଳ ସମସ୍ୟା ବସ୍ ଓ ଟ୍ରେନ୍ ଯାତ୍ରୀଙ୍କ ସମସ୍ୟାର, ସହର ଡ଼୍ରେନେଜ୍ ବ୍ୟବସ୍ଥା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ଶିକ୍ଷାବ୍ୟବସ୍ଥା ଭଳି ସମସ୍ୟା ଲାଗି ରହିଛି । ରାଜନୈତିକ ଦଳର ମୁଖିଆମାନେ ପ୍ରାର୍ଥି ମନୋୟନ ସମୟରେ ଜନସମ୍ପର୍କ ସମୟରେ ଲୋକପିୟତାକୁ ଗୁରୁତ୍ୱନଦେଇ ପ୍ରତୀୟମାନ ହେଉଛି । ଫଳରେ ଜନସମ୍ପର୍କ ରଖୁଥିବା ବରିଷ୍ଠ କର୍ମୀମାନେ ଓ ନେତା ଦଳୀୟ ପାର୍ଥିରୁ ବଂଚିତ ହୋଇ ଆଗକୁ ବଢ଼ିପାରୁ ନାହାନ୍ତି । ରାଜନୀତି ପାଦ ଥାପୁଥିବା ସାଧାରଣ କର୍ମୀ ହତାଶ ହୋଇ ଜନସମସ୍ୟା ସମ୍ପର୍କରେ ଚିନ୍ତା କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ।

ଫଳରେ ଜିଲ୍ଳାରେ ଦୀର୍ଘବର୍ଷ ଧରି ଜନସମସ୍ୟାର ନିରାକରଣ ପାଇଁ ନେତୃତ୍ୱ ଅଭାବ ପରିଲକ୍ଷିତ ହେଉଛି । ଜିଲ୍ଳାର ପ୍ରମୁଖ ରାଜନୈତିକ ଦଳ ନେତୃତ୍ୱ, ସ୍ଥାନୀୟ ମୌଳିକ ସମସ୍ୟା ଠାରୁ ଦୂରେଇ ରହୁଥିବା ଲକ୍ଷ୍ୟ କରାଯାଇଛି । ଜିଲ୍ଳାର ବିଭିନ୍ନ ପ୍ରକଳ୍ପ ସରକାରୀ କଳର ଉଦାସୀନତା ଯୋଗୁଁ ଆରମ୍ଭ ହୋଇ ପାରୁନଥିବା ବେଳେ ଅନ୍ୟ କେତକ ଅଧାଗଢ଼ା ହୋଇ ରହିଛି । ସରକାର ବିଭିନ୍ନ ଯୋଜନାରେ କୋଟି କୋଟିଟଙ୍କା ଆସୁଥିବା, ଟଙ୍କା ଦ୍ୱାରା ସାଧାରଣ ଜନତା କିଭଳି ଭାବେ ଉପ୍ରକୃତ ହେଉଛନ୍ତି, ତାହାର ମଧ୍ୟ ପ୍ରତ୍ୟେକ୍ଷ ତଦାରଖ କରାଯାଉ ନାହିଁ । ସରକାରୀ ଅଧିକାରୀ ମାନେ ନିଜ ଇଚ୍ଛାରେ କାର୍ଯ୍ୟ କରି ଚାଲିଛନ୍ତି । ତେଣୁ ସମସ୍ୟାର ସୁଧାର ପାଇଁ ସାଧାରଣରେ ଦାବି ହୋଇଛି ।

Bureauom

Bureauom

Orissa Mirror Odia is a leading digital news portal dedicated to bringing you the latest updates from Odisha and beyond. We aim to deliver fast, reliable, and balanced news coverage that keeps readers informed, engaged, and connected to the world around them.

Related Posts

PMP ମେଡ଼ିକାଲ କଲେଜରେ ବାରମ୍ବାର ବିଦ୍ୟୁତ୍ କାଟ

PMP ମେଡ଼ିକାଲ କଲେଜରେ ବାରମ୍ବାର ବିଦ୍ୟୁତ୍ କାଟ, ରୋଗୀ ସମେତ ଡ଼ାକ୍ତର ହନ୍ତସନ୍ତ

ତାଳଚେର(ବିଜୟ କୁମାର ଦେବତା): ତାଳଚେର ନିର୍ଭର ଯୋଗ୍ୟ ଘଂଟପଡ଼ା ସ୍ଥିତ ପବିତ୍ରମୋହନ ମେଡ଼ିକାଲ କଲେଜରେ ବାରମ୍ବାର ବିଦ୍ୟୁତ୍‌କାଟ୍ ହେଉଥିବାରୁ ରୋଗୀ ସମେତ ଡ଼ାକ୍ତରମାନେ ନାହିଁ ନଥିବା ଅସୁବିଧାର...

ପରିବହନ ବିଭାଗ ର ବେପୁରିଆ ନୀତି

ପରିବହନ ବିଭାଗ ର ବେପୁରିଆ ନୀତି, ଡ୍ରାଇଭିଂ ଲାଇସେନ୍ସ ଥାଇ ମଧ୍ୟ କଟୁଛି ଚାଲାଣ

ତାଳଚେର(ବିଜୟ କୁମାର ଦେବତା): ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବା ସତ୍ବେ କଟିଛି ଚାଲାଣ। ତାଳଚେର ପରିବହନ ବିଭାଗର ଏଭଳି ଅଜବ ନୀତି ଆପଣାଇଛି ବୋଲି ଅଭିଯୋଗ କରିଛନ୍ତି...

ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ହସ୍ତତନ୍ତ ଓ ହସ୍ତଶିଳ୍ପ ସଚେତନତା ଶିବିର

ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ହସ୍ତତନ୍ତ ଓ ହସ୍ତଶିଳ୍ପ ସଚେତନତା ଶିବିର ଅନୁଷ୍ଠିତ

ଅନୁଗୋଳ (ବିଜୟ କୁମାର ଦେବତା): ଆମ ରାଜ୍ୟର ଶିଳ୍ପୀ ଓ ବୁଣାକାର ଆମ ଓଡିଶା ଅସ୍ମିତାର ପରିଚୟ । କିନ୍ତୁ ସେମାନେ ଅସଂଗଠିତ ହୋଇଥିବା କାରଣରୁ ହସ୍ତତନ୍ତ...

Talcher Kartikeswar Puja

Talcher Kartikeswar Puja: ତାଳଚେରରେ ଧୁମଧାମରେ ପୂଜା ପାଇଲେ ବାବା କାର୍ତ୍ତିକେଶ୍ୱର

ତାଳଚେର(ବିଜୟ କୁମାର ଦେବତା): ଆଜିଦିନଠାରୁ ତାଳଚେର ନଗରରେ ପୂଜା ପାଇଲେ ବାବା କାର୍ତ୍ତିକେଶ୍ୱର l ପ୍ରାୟ ୨୫ ଗୋଟି ମଣ୍ଡପରେ ପୂଜା ପାଇବେ ବାବା କାର୍ତ୍ତିକେଶ୍ୱର ଓ...

MCL National Excellence Award

MCL National Excellence Award: ଜିଏମ ଅଶୋକ କୁମାର ଧଳଙ୍କୁ ଜାତୀୟ ସ୍ତରର ଉତ୍କର୍ଷ ପୁରସ୍କାର

ତାଳଚେର (ବିଜୟ କୁମାର ଦେବତା): ଜାତୀୟ ସ୍ତରରେ କୋଲ ଇଣ୍ଡିଆର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମହାନଦୀ କୋଇଲା କମ୍ପାନୀ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ଅଶୋକ କୁମାର ଧଳଙ୍କୁ...

Vivekananda Vidyamandir Annual Sports

Vivekananda Vidyamandir Annual Sports: ବିବେକାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡ଼ା

ତାଳଚେର: ତାଳଚେର ଟାଉନ୍‌‍ ସ୍ଥିତ ବିବେକାନନ୍ଦ ବିଦ୍ୟାମନ୍ଦିରର 28ତମ ବାର୍ଷିକ କ୍ରୀଡ଼ା ଉଦ୍‌୍ଘାଟିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ତାଳଚେର ଡେପୁଟି କଲେକ୍ଟର ମାନସ ମୋହନ ସେଠ,...

Load More
Next Post

୨୦୦ଫୁଟ ଲମ୍ବର ବୋଇତ ଭସାଇଲେ ଶ୍ରଦ୍ଧାଳୁ

ସର୍ଭର ଡାଉନ ପାଇଁ ପ୍ରାୟ ଘଣ୍ଟାଏ ବିଳମ୍ବରେ ସେଣ୍ଟରକୁ ଗଲେ ଛାତ୍ରୀଛାତ୍ର

ସ୍ଲୋ ପଏଜନ ଦେଉଛି ବେଦାନ୍ତ

ସ୍ଲୋ ପଏଜନ ଦେଉଛି ବେଦାନ୍ତ: ମାଟି, ପାଣି, ପବନ ସବୁଥିରେ ବିଷ

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ?

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ? ଭାରତ ର ସ୍ଥାନ କେତେ ଜାଣନ୍ତି କି?

ନୂଆପଡାରେ ଭୋଟର ସୂଚନା ପତ୍ର ଓ ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ବିତରଣ

ନୂଆପଡାରେ ଭୋଟର ସୂଚନା ପତ୍ର ଓ ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ବିତରଣ

LATEST STORIES

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ?

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ? ଭାରତ ର ସ୍ଥାନ କେତେ ଜାଣନ୍ତି କି?

ନବାଜୁଦ୍ଦିନ ସିଦ୍ଦିକୀ ‘ରାତ୍ ଅକେଲି ହୈ ବନ୍ସଲ୍ ମର୍ଡର୍ସ’ ରେ ଜବରଦସ୍ତ ଅନ୍ଦାଜ

ଆଲିଆ ଭଟ୍ଟଙ୍କ ମୁଭିଜ ଆଲଫା ରିଲିଜ ତାରିଖ ଘୋଷଣା, ଏପ୍ରିଲ ୧୭ରେ ଆସୁଛି ବଡ଼ ଫିଲ୍ମ

ଡାର୍କ ଚକୋଲେଟ୍ ଓ ବେରି ଖାଇଲେ ସ୍ମରଣଶକ୍ତି ବଢ଼େ, ଷ୍ଟ୍ରେସ୍ କମେ: ଅଧ୍ୟୟନ

ହାନୋଇରେ ଡେଙ୍ଗୁ ଜ୍ୱର: ଭୟଙ୍କର ଭାବେ ବୃଦ୍ଧି, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ସତର୍କତା

ଥେନି ର ଅଙ୍ଗୁର ଚାଷୀଙ୍କ ଦୁର୍ଦଶା — ବର୍ଷା ଓ ଦାମ ହ୍ରାସ ପାଇଁ ଜୀବିକା ଏବେ ସଙ୍କଟ ରେ

ବିଜେଡ଼ି ଜନସମ୍ପର୍କ ପଦଯାତ୍ରା
ଜିଲ୍ଲା

ବିଜେଡ଼ି ଜନସମ୍ପର୍କ ପଦଯାତ୍ରା: ବିଜେପି କୁ ଟାର୍ଗେଟ କଲେ ବିଜେଡ଼ି ଜିଲ୍ଲା ଉପସଭାପତି ପ୍ରଦୀପ୍ତ ସାହୁ

ହରଭଙ୍ଗା/ବୌଦ୍ଧ(ସର୍ବେଶ୍ୱର କ୍ଷେତି): ହରଭଙ୍ଗା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଓ...

Read moreDetails
ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ?
ବାଣିଜ୍ୟ

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ? ଭାରତ ର ସ୍ଥାନ କେତେ ଜାଣନ୍ତି କି?

ବିଶ୍ବର ଦେଶଗୁଡ଼ିକ ଦିନକୁ ଦିନ ଅଧିକ ଋଣଗ୍ରସ୍ତ ହେବାରେ ଲାଗିଛି । ଅକ୍ଟୋବର ମାସ ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ...

Read moreDetails
ନବାଜୁଦ୍ଦିନ ସିଦ୍ଦିକୀ 'ରାତ୍ ଅକେଲି ହୈ ବନ୍ସଲ୍ ମର୍ଡର୍ସ'
ମନୋରଞ୍ଜନ

ନବାଜୁଦ୍ଦିନ ସିଦ୍ଦିକୀ ‘ରାତ୍ ଅକେଲି ହୈ ବନ୍ସଲ୍ ମର୍ଡର୍ସ’ ରେ ଜବରଦସ୍ତ ଅନ୍ଦାଜ

ମୁମ୍ବାଇ: ଅଭିନେତା ନବାଜୁଦ୍ଦିନ ସିଦ୍ଦିକୀ ତାଙ୍କ ଅତିଲୋକପ୍ରିୟ କ୍ରାଇମ୍ ଥ୍ରିଲର୍ ଫିଲ୍ମ **‘ରାତ୍ ଅକେଲି ହୈ’**ର ସିକ୍ୱେଲ୍ ‘ରାତ୍ ଅକେଲି ହୈ: ବନ୍ସଲ୍ ମର୍ଡର୍ସ’ ସହିତ ପୁଣି...

Read moreDetails
Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved