ତାଳଚେର(ବିଜୟ କୁମାର ଦେବତା): ତାଳଚେର ନିର୍ଭର ଯୋଗ୍ୟ ଘଂଟପଡ଼ା ସ୍ଥିତ ପବିତ୍ରମୋହନ ମେଡ଼ିକାଲ କଲେଜରେ ବାରମ୍ବାର ବିଦ୍ୟୁତ୍କାଟ୍ ହେଉଥିବାରୁ ରୋଗୀ ସମେତ ଡ଼ାକ୍ତରମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଉକ୍ତ ଚିକତ୍ସାଳୟରେ ଜେନେରେଟର ଉପଲବ୍ଧ ରହିଥିଲେ ମଧ୍ୟ କୌଣସି ତୃଟିରୁ ତାହା ଚାଲୁନଥିବାରୁ ରୋଗୀ ଚିକିତ୍ସା ବେଳେ ହଠାତ୍ ପାୱାର କଟ ହେଉଥିବାରୁ ନାହିଁ ନଥିବା ହଇରାଣ ହରକତ ହେଉଥିବା ରୋଗୀମାନେ ଅଭିଯୋଗ କରିଛନ୍ତି । ଏହି ଡ଼ାକ୍ତରଖାନାକୁ ଦୈନିକ ବହୁ ଦୁରଦୂରାନ୍ତରୁ ପ୍ରାୟ ୮ଶହରୁ ୯ଶହ ରୋଗୀ ଚିକିତ୍ସା ହେବାନେଇ ଆସିଥାନ୍ତି । ଏଠାରେ ସୂଚନାଯୋଗ୍ୟ ଏହି ମେଡ଼ିକାଲ କଲେଜରେ ନବ ନିଯୁକ୍ତ ଡ଼ାକ୍ତର ଓ ପ୍ରଫେସର୍ ଏହି କାରଣରୁ ବୋଧହୁଏ ଏଠାକୁ ଆସିବାକୁ ରାଜି ନୁହଁନ୍ତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ଏଠାରୁ କୋଟି କୋଟି ଟଙ୍କା ରାଜସ୍ୱ ଯାଉଥିଲେ ମଧ୍ୟ ଓ ଏହି ମେଡ଼ିକାଲ କଲେଜ ପାଇଁ ଡ଼ିଏମ ପଣ୍ଡରୁ ୫ବର୍ଷ ପାଇଁ ରାଜ୍ୟ ସରକାର କୁଆଡ଼େ ପରିଚାଳନା ବାବଦକୁ ୫ଶହକୋଟି ଟଙ୍କା ନେଇଥିଲେ ମଧ୍ୟ ଆଜି ଏହି ଅବ୍ୟବସ୍ଥା ପାଇଁ କିଏ ଦାୟୀ ବୋଲି ଏଠାରେ ପ୍ରଶ୍ନ ହେବା ସହ ଏଠାରେ ରହିଥିବା ଜନପ୍ରତିନିଧି ଓ ଏହାର ଦାୟୀତ୍ୱରେ ଥିବା ଅଧିକାରୀ କ’ଣ କରୁନ୍ତି ବୋଲି ଚର୍ଚ୍ଚା ହେବା ସହ ପ୍ରଦ୍ୟୁଷିତ ଜର୍ଜରିତ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।











