ବୌଦ୍ଧ : ଜିଲ୍ଲା ଶିକ୍ଷା ବିଭାଗ ତରଫରୁ କେନ୍ଦ୍ରସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ଉଲ୍ଲାସ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ ପରୀକ୍ଷା ଜିଲ୍ଲାର ପ୍ରାଥମିକ ଓ ଉଚ୍ଚପ୍ରଥମିକ ବିଦ୍ୟାଳୟମାନଙ୍କରେ ଅନୁଷ୍ଠିତ ହୋଇଯାଇଅଛି l ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ବୋୖଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ହରଭଙ୍ଗା ବ୍ଲକର ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ଚୂଡ଼ାମଣି ବାରିକ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ, ଜିଲ୍ଲାର ୩ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସହ ସିଆରସିସିମାନେ ପରୀକ୍ଷା କେନ୍ଦ୍ରଗୁଡିକୁ ବୁଲି ପରୀକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ l ଜିଲ୍ଲାର ୧୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ଅଣସାକ୍ଷର ବ୍ୟକ୍ତିମାନେ ଉକ୍ତ ପରୀକ୍ଷା ଦେଇଥିଲେ l
ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ଯଥାକ୍ରମେ ୫୦୯୫, ୪୦୨୫, ୩୮୭୫ ମୋଟ ୧୨୯୯୫ ପରୀକ୍ଷା ଦେଇଥିବା ବେଳେ ଜିଲ୍ଲାର ପୁରୁଷ ୪୫୦୧ ଓ ମହିଳା ୮୪୯୪ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ l
ପ୍ରକାଶ ଥାଉକି, ଏହି ଉଲ୍ଲାସ ସାକ୍ଷରତା କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାରେ ମହିଳାଙ୍କ ଅଂଶଗ୍ରହଣ ପୁରୁଷଙ୍କ ତୁଳନାରେ ଅଧିକ ଥିଲା। ଏହା ଜିଲ୍ଲାର ସାକ୍ଷରତା ମାନ ଉନ୍ନତିର ଆଶାକରୀ ସଙ୍କେତ ଭାବେ ଦେଖାଯାଉଛି।








