ଭୁବନେଶ୍ବର: ଇଚ୍ଛା ଥିଲେ ଉପାୟ ଆସେ। ସଫଳତାର ପଥରେ କୌଣସି ବାଧା ଅବରୋଧ ହୋଇପାରେନି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି କେନ୍ଦୁଝର ଜିଲ୍ଲାର ହାଟ ଦିହି ବ୍ଲକ୍ର ବୀଣାପାଟିଆ ଗ୍ରାମର ଆଦିବାସୀ ଝିଅ ରାଣୀ ହେମବ୍ରମ।
ଆଦିବାସୀ ଗାଁ ବିନାପାଟିଆ ଏବେ ଉଚ୍ଚ ପଦସ୍ଥ ଅଧିକାରୀ, ସମାଜସେବୀ ଓ ପ୍ରଶାସକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ । କାରଣ, ଏଠିକାର ଝିଅ ରାଣୀ ହେମବ୍ରମ NEET ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ MBBS ପଢିବାକୁ ଯୋଗ୍ୟ ହୋଇଛନ୍ତି।
ଯିଏ ଦିନେ ଗାଁରେ ଦିନ ମଜୁରିଆ ଭାବେ ଓ ଘରକାମରେ ବ୍ୟସ୍ତ ଥିଲେ, ସେହି ରାଣୀ ହେମବ୍ରମ ବର୍ତ୍ତମାନ ସମଗ୍ର ଜିଲ୍ଲା ଓ ରାଜ୍ୟରେ ଆଲୋଚନାର ବିଷୟ ହୋଇଛନ୍ତି। ରାଣୀ ପ୍ରମାଣ କରିଛନ୍ତି ଯେ ଦୃଢ଼ ଇଚ୍ଛାଶକ୍ତି ଥିଲେ କୌଣସି ଜିନିଷ ସଫଳତାର ରାସ୍ତାକୁ ଅଟକେଇପାରେନି।
ଦିନମଜରିଆ ରୁ ଓ ଡାକ୍ତର ହେବେ ରାଣୀ। ରାଣୀ କାନ୍ଧମାଳର ଫୁଲବାଣୀ ମେଡିକାଲ କଲେଜରେ MBBS ପଢିବେ। ସେ NEET ପରୀକ୍ଷାରେ 4381 ରେଙ୍କ ପାଇଛନ୍ତି।
ରାଣୀ କହିଛନ୍ତି “ମୋ ପରିବାର ମୋ ପାଇଁ ସବୁଠାରୁ ଅଧିକ ମୂଲ୍ୟବାନ। ସେଥିପାଇଁ ମୁଁ ସଂଘର୍ଷ କରୁଥିଲି। ଭଗବାନଙ୍କ କୃପାରେ ମୁଁ NEET ଉତ୍ତୀର୍ଣ୍ଣ ହୋଇପାରିଲି। ଏବେ ମୁଁ ଜନସେବାରେ ସର୍ବଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବି”
ସେ ଅତ୍ୟନ୍ତ ପରିଶ୍ରମୀ, ଦୃଢ଼ସଙ୍କଳ୍ପ ଓ ସମର୍ପିତ। ସେହି ପରିଶ୍ରମ ଓ ଆତ୍ମବିଶ୍ୱାସର ଫଳ ହେଉଛି ତାଙ୍କର ଏହି ସଫଳତା। ରାଣୀଙ୍କ ପରିବାର ଓ ଗାଁ ଲୋକେ ଗର୍ବିତ।
ରାଣୀ ହେମବ୍ରମ ତାଙ୍କ ଗାଁର ପ୍ରଥମ ଆଦିବାସୀ ଝିଅ ଯିଏ MBBS ପଢିବେ। ତାଙ୍କ ଏହି ସଫଳତା ଏଲାକା ପାଇଁ ଏକ ମାଣୀଖୁଣ୍ଟ। ବିନାପାଟିଆ ଗାଁ ଆନନ୍ଦ ଓ ଗର୍ବରେ ମୁଗ୍ଧ। ସେ ପ୍ରମାଣ କରିଛନ୍ତି ଯେ ଦାରିଦ୍ର୍ୟ ସଫଳତା ପାଇଁ ବାଧା ନୁହେଁ। ଅଭାବ,ଅସୁବିଧାରେ ସଫଳତାର ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଣୀ ହେମବ୍ରମ ଏକ ପ୍ରେରଣା।











